କଣ୍ଟିଲୋ ବଜାରରେ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରିୟ

ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ୫  l୪ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ  କଣ୍ଟିଲୋ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ରରେ ପ୍ରତ୍ୟହ ଯାତ୍ରୀ ମାନଙ୍କ ଗହଳ ଚହଳ ଲାଗି ରହିଥିବା ବେଳେ  କଣ୍ଟିଲୋ ବଜାର ମଧ୍ୟରେ ପ୍ରବଳ ଭିଡ଼ ଲାଗି ରହିଥାଏ l ବିଶେଷତଃ କଣ୍ଟିଲୋ ବଜାର ଉପରେ ଆଖପାଖ ଅଞ୍ଚଳ ରୁ ପ୍ରତ୍ୟେକ ଦିନ ସବୁ ପ୍ରକାର ଜିନିଷ କିଣିବାକୁ ଲୋକମାନେ ଆସିଥାନ୍ତି । ଆଖ ପାଖ ୪lll୫ ଗୋଟି ପଞ୍ଚାୟତ ର ସାଧାରଣ ଜନତା କଣ୍ଟିଲୋ ଉପରେ ନିର୍ଭର କରନ୍ତି । ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବାକୁ ସକାଳୁ ସକାଳୁ ବଜାର ଗହଳି ଲାଗିଯାଏ। ଏହାର ସୁଯୋଗ ନେଇ ମୋବାଇଲ ଲୁଟେରା ଗ୍ୟାଙ୍ଗ ପୂରା ସକ୍ରିୟ ଅଛନ୍ତି।ଖବର ନେବାରେ ଜଣା ପଡ଼ିଲା ଆଜକୁ ୮ ମାସ ପୂର୍ବରୁ ବିଜୟ କୁମାର ମିଶ୍ରଙ୍କ ସେବକ ସାହି , ଙ୍କ ମୋବାଇଲ କଣ୍ଟିଲୋ ପରିବା ବଜାରରୁ ଆଖିପିଚ୍ଛୁଲା ରେ ଚୋରି ହୋଇଥିଲା । ଗତ ୨ ଦିନ ପୂର୍ବରୁ ସଞ୍ଜୟ କୁମାର ସାହୁ ,ବିଦୁର ବେହେରା ପାଟଣା ଙ୍କ ମୋବାଇଲ ଚୋରି ହୋଇଥିଲା । ତାଙ୍କୁ ପଚାରିବାରେ ସେ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ସଞ୍ଜୟ ସାହୁ ପ୍ରକାଶ କରି କହିଲେ ମୁ ପରିବା କିଣିଲା ବେଳେ ମୋର ପକେଟରେ ମୋବାଇଲ ଥିଲା କିନ୍ତୁ ପରିବା କିଣି ସରିବା ପରେ ହାତ ମାରିବାରେ ମୋର ମୋବାଇଲ ନଥିଲା ବୋଲି ସୂଚନା ଦେଇଥିଲେ । ମାନସ କୁମାର ସାହୁ , କୃଷ୍ଣଚନ୍ଦ୍ରପୁରୁ ପାଟଣା  ବିଶ୍ଵନାଥ ସାହୁ ଓ  ପତିଆ ପରିଡ଼ା  କୃଷ୍ଣେଶ୍ୱର୍ ପାଟଣା ଆଜି ସକାଳୁ ଗୋକୁଳାନନ୍ଦ ସାହୁ କୃଷ୍ଣେଶ୍ୱର ପାଟଣା ଙ୍କ ମୋବାଇଲକୁ ଲୁଟେରା ମାନେ ଆଖି ପିଛୁଳାରେ ନେଇ ଯିବାର ସଙ୍ଗିନୀ ଅଭିଯୋଗ କରିଛନ୍ତି । ପୂରା ପ୍ଲାନୀଙ୍ଗି କରି ତାଙ୍କ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଏହି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଅଛି । ଏଣୁ ଏହି ଲୁଟେରା ଗ୍ୟାଙ୍ଗ କୁ କାବୁ କରିବାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏକ ପୋଲିସ ଟିମ୍ ଗଠନ କରି ସେମାନଙ୍କ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହେଉଛି          ସୂଚନା ଯୋଗ୍ୟ କଣ୍ଟିଲୋ ଯାତ୍ରାପ

You might also like
error: Content is protected !!