ଧ୍ବଂସ ମୁଖୀ ସରକାରୀ ପାନ୍ଥ ଶାଳା କୁ ଅତିଥି ଭବନ ମାନ୍ୟତା ଦାବି
ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ କ୍ଷେତ୍ର କଣ୍ଟିଲୋ ଦୀର୍ଘ ୩୫ ବର୍ଷ ହେଲା ରାଜ୍ୟ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ଥିଲା ବେଳେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ଠାରୁ ବହୁ ପଛରେ ପଡି ରହିଥିଲା ବେଳେ ଗତ ୨୦୨୨ ମସିହା ରେ ତତ୍କାଳୀନ ବିଜେଡି ସରକାର ବିଭିନ୍ନ ମନ୍ଦିର ବିକାଶ କରିବାକୁ ମନସ୍ଥ କରି କଣ୍ଟିଲୋ ମନ୍ଦିର ଓ ଏହାର ପାରିପାର୍ଶ୍ଵିକ ପରିସରକୁ ସଜାଡି ନୂତନ ରୂପ ରେଖରେ ରଙ୍ଗlୟିତ କରିବାକୁ ପରିକଳ୍ପନା କରିଥିଲେ କିନ୍ତୁ ବିଜେଡି ସରକାର ଗାଦି ଚ୍ୟୁତ ହେବା ପରେ ବିକାଶ ପ୍ରକଳ୍ପରେ ଯଦିଓ କୌଣସି ବାଧା ସୃଷ୍ଟି ହେଉନାହିଁ ତଥାପି ଧୀରେ ସୁସ୍ଥେ କାମ ଆଗେଇ ଚାଲିଛି l ଅପର ପକ୍ଷରେ କଣ୍ଟିଲୋ ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲା ବେଳେ କେଉଁ ବାବଦରେ କେତେ ଟଙ୍କା ବିନିଯୋଗ କରା ଯାଉଛି ତାହା ସାର୍ବଜନୀନ ହୋଇନଥିବାରୁ ଏ ଅଞ୍ଚଳର ଜନସାଧାରଣଙ୍କ ମନ ଭିତରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ଜଣାଯାଇଛି l ଏହି ଅବସରରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ କଣ୍ଟିଲୋ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ” କଣ୍ଟିଲୋ ପାଇଁ ୩୦ କୋଟି ଟଙ୍କା କିଏ ଦେଇଛି “ବୋଲି ତତ୍କାଳୀନ ଫାଇଭ ଟି ସଚିବ ପଚାରି ଥିବାରୁ ଉପସ୍ଥିତ ଲୋକ ମାନଙ୍କ ମନରେ ଏକାଧିକ ପ୍ରଶ୍ନ ଉଙ୍କି ମାରିଥିଲା ଯା ଫଳରେ ଏହି ଅସମାହିତ ପ୍ରଶ୍ନ ଏବେବି ଅସ୍ପଷ୍ଟ l ଇତି ମଧ୍ୟରେ କଣ୍ଟିଲୋ ନୀଳମାଧଵ ଦର୍ଶନ ପାଇଁ ପୂର୍ବ ଵର୍ଷ ମାନଙ୍କ ଠାରୁ ଏବେ ଅଧିକ ପରିମାଣରେ ଯାତ୍ରୀ ଓ ପର୍ଯ୍ୟଟକ ଆସୁଥିବାରୁ ଏଠାରେ ରାତ୍ରୀ ଯାପନ ର ସରକାରୀ ବ୍ୟବସ୍ଥା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଫେରୁ ଥିବା ଓ ଆଉ ଦ୍ୱିତୀୟ ଥର ଆସିବାକୁ ମନ ବଳାଉ ନଥିବା ଯାତ୍ରୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି l ଅପର ପକ୍ଷେ ଯାତ୍ରୀ ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ଶୌଚାଳୟ ଓ ରାତ୍ରି ରହଣିର କୌଣସି ସରକାରୀ ବ୍ୟବସ୍ଥା ନାହିଁ l ବିଶେଷତଃ ଅନ୍ୟ ରାଜ୍ୟ ମାନଙ୍କରେ ବିଦେଶୀ ଯା