ବେଦ ମନ୍ତ୍ରରେ ପ୍ରତିଧ୍ଵନିତ ହେଲା ପ୍ରବେଶ ଉତ୍ସବ

ବେଦ ମନ୍ତ୍ରରେ ପ୍ରତିଧ୍ଵନିତ ହେଲା ପ୍ରବେଶ ଉତ୍ସବ

ଆର. ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ୍ ଭାଲିଆସାହି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବୁଧ ବାର ଏପ୍ରିଲ ୨ ତାରିଖରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ଅଧ୍ୟକ୍ଷତାରେ ନୂତନ ପିଲା ମାନଙ୍କର ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖିବା ପାଇଁ ନିକଟସ୍ଥ ଗ୍ରାମରୁ ଛୋଟ ଛୋଟ ପିଲା ମାନଙ୍କ ସହ ସେମାନଙ୍କ ଅଭି ଭାବକ ମାନେ ମଧ୍ୟ ଉପସ୍ଥିତ ହୋଇଥିଲେ। ବ୍ରାହ୍ମଣଙ୍କ ଦ୍ଵାରା ଯଥା ବିଧି ବେଦ ମନ୍ତ୍ର ଉଚ୍ଚାରଣ କରାଯାଇ ହୋମ କାର୍ଯ୍ୟ ସରିବା ପରେ ପିଲା ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ପିଲାମାନେ ଖୋଳ , କରତାଳ ବଜାଇ ଭଜନ ପରିବେଷଣ କରିବା ସହ ସ୍ବାଗତ ସଙ୍ଗୀତ ମଧ୍ୟ ଗାନ କରିଥିଲେ। ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଆଶୀର୍ବାଦ ପ୍ରଦାନ କରିଥଲେ । ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ତାରିଣୀ ଚରଣ ମଣ୍ଡଳ, ଯୁଧିଷ୍ଠିର ପାଇକ, କିଶୋର ଦଣ୍ଡସେନା, ନୀଳକଣ୍ଠ ନାୟକ, ବିରଞ୍ଚି ମଣ୍ଡଳ, ଦିଗାମ୍ବର ଦାସ, ମନୋଜଭୂୟାଁ, ଉଷା ଦେବୀ ଜାନୀ, ରବିନ ଦାସ, ବିରଜାମାଳିନୀ ନାୟକ, ମମତା ବେହର୍ଦଳାଇ , ସୁଷମା ବାଣୁଆରାୟୀ , ଏବଂ ସଂଗୀତା ସାହୁ ଉପସ୍ଥିତ ରହିଥିଲେ।ପରି ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟ କ୍ରମର ସମାପ୍ତ କରାଯାଇଥିଲା।

You might also like
error: Content is protected !!