ନାଚ ଗୀତରେ ପାଳିତ ହେଲା ଉତ୍କଳ ଦିବସ

ନାଚ ଗୀତରେ ପାଳିତ ହେଲା ଉତ୍କଳ ଦିବସ

ଆର.ଉଦୟଗିରି,(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆ ସାହି ରେ ୮୯ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉକ୍ତ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ତାରିଣୀ ଚରଣ ମଣ୍ଡଳଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରାଇଥିଲେ। ସଭାପତି ଭାବରେ ଶ୍ରୀମତି ବିରଜା ମାଳିନୀ ନାୟକ ଆସନ ଅଳଙ୍କୃତ କରିଥିଲା ବେଳେ ଶ୍ରୀମତି ଉଷା ଦେବୀ ଜାନୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଉକ୍ତ ଅବସରରେ ପ୍ରତି ମୂର୍ତ୍ତି ଗୁଡିକ ଦେହରେ ଫୁଲ,ଚନ୍ଦନ, ଅର୍ପଣ କରାଯିବା ପରେ ଧୂପ, ଦୀପ ଜଳାଇ ପୂଜା କରାଯାଇଥିଲା। ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ପିଲାମାନେ ଉତ୍କଳ ଦିବସ ବିଷୟରେ ଭାଷଣ ମାଧ୍ୟ ପ୍ରଦାନ କରିଥିଲେ।ଉତ୍କଳ ଦିବସ ପାଳନର ମହତ୍ତ୍ୱ , ଉତ୍କଳର କଳା, ସ୍ଥାପତ୍ୟ, ବାଣିଜ୍ୟ, ପରମ୍ପରା ଆଦି ବିଷୟରେ ଅଥିତି ମାନେ ଭାଷଣ ମାଧ୍ୟମରେ ପ୍ରକାଶ କରି ଓଡ଼ିଆ ଭାଷା ଏବଂ ଓଡ଼ିଶା ପ୍ରଦେଶର ସର୍ବାଙ୍ଗୀନ ଉନ୍ନତି ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ଏହି ପରିପ୍ରେକ୍ଷିରେ ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସ୍ ର ଛାତ୍ର ଛାତ୍ରୀ ମାନେ ଗଣ ବେଶ ଧାରଣ କରି ପାନୀୟ ଜଳ ଯୋଗାଣ, ଶୃଙ୍ଖଳା ରକ୍ଷା ଏବଂ ସଫେଇ କାର୍ଯ୍ୟ କରିଥିଲେ। ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ଆୟୋଜନ କରାଯାଇଥିଲା।

You might also like
error: Content is protected !!