ରାମପଲ୍ଲୀ ଉ.ପ୍ରା.ବିଦ୍ୟାଳୟରେ ଉତ୍କଳ ଦିବସ ଉତ୍ସବରେ ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ।

ବ୍ରହ୍ମପୁର, (ବିଚିତ୍ର ସାହୁ) :- ସ୍ୱତନ୍ତ୍ର ପ୍ରଦେଶ ଗଠନର 90 ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇ ଯାଇଛି । ଛତ୍ରପୁର ଏବିଇଓ ନମିତା ରାଉତ ଉଦ୍‌ଘାଟକ, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ ମୁଖ୍ୟ ଅତିଥି ସମିତି ସଭ୍ୟ ପ୍ରତିନିଧି ଅମରେଶ୍ୱର ସାହୁ ,ବରିଷ୍ଠ ଶିକ୍ଷାବିତ୍ କୋରା ମହାରଣା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ତ୍ରିପାଠୀ ପ୍ରମୁଖ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ଅବସରପ୍ରାପ୍ତ ରାଜ୍ଯପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଉତ୍କଳର ପୂର୍ବ ଐତିହ୍ୟ, ସ୍ୱତନ୍ତ୍ର ପ୍ରଦେଶ ଗଠନ ଇତିହାସ ଏବଂ ଗୋପବନ୍ଧୁଙ୍କ ଜୀବନୀ ଓ ସମାଜ ସେବା ଉପରେ ବିସ୍ତୃତ ଆଲୋକପାତ କରି ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ନିଃସ୍ୱ।ର୍ଥପର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏଇ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ତଥା ଲୋକ ସେବକ ମଣ୍ଡଳର ସଭ୍ୟ ମୁରଲୀଧର ସ୍ୱ।ଇଁ ସଂଯୋଜନା କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବାବେଳେ ଶିକ୍ଷକ ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସଭାପତି ହରିହର ସ୍ବାଇଁ ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହି ଉତ୍ସାହିତ କରିଥୁଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୂରାତନ ଛାତ୍ର ସଂସଦ ତରଫରୁ ଆୟୋଜିତ ଏଇ କାର୍ଯ୍ୟକ୍ରମ ସାଧାରଣରେ ଆଦୃତ ହୋଇଥୁଲା।

You might also like
error: Content is protected !!