ରୋଟାରିଆନ ଇନ୍ଦ୍ରଜିତ ସାହୁ ରୋଟାରୀ ଜିଲ୍ଲା-3262ର 2027-28 ପାଇଁ ପ୍ରାନ୍ତପାଳ ନିର୍ବାଚିତ।

ରୋଟାରିଆନ ଇନ୍ଦ୍ରଜିତ ସାହୁ ରୋଟାରୀ ଜିଲ୍ଲା-3262ର 2027-28 ପାଇଁ ପ୍ରାନ୍ତପାଳ ନିର୍ବାଚିତ।

ବ୍ରହ୍ମପୁର, (ବିଚିତ୍ର ସାହୁ) :- ରୋଟାରୀ ଜିଲ୍ଲା-3262ର ବାର୍ଷିକ ସମ୍ମିଳନୀ ‘ ଐରାବତ ‘ ମାର୍ଚ୍ଚ 29,30,ଓ 31 ତିନି ଦିନ ଧରି ଗୋପାଳପୁର ମେ ଫେୟାର ହୋଟେଲ ଠାରେ ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦୁଇଦିନରେ ରାଜ୍ୟରୁ ଓ ରାଜ୍ୟ ବାହାରୁ ଅତିଥିବୃନ୍ଦ ଯୋଗଦେଇ ରୋଟାରୀକ୍ଲବ ଗୁଡିକର ସଭ୍ୟ ବୃନ୍ଦ ଯେଉଁସବୁ ଜନହିତକର କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ସେ ସବୁ ସାଧାରଣ ଜନତାଙ୍କ ସେବାରେ ସମର୍ପିତ ହେଉଥିବା ଯୋଗୁଁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିବସରେ ବ୍ରହ୍ମପୁରର ମାନ୍ୟବର ସାଂସଦ ଡଃ.ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ରୋଟାରିଆନ ମାନଙ୍କ ସହ ଭାବ ବିନିମୟ କରିଥିଲେ । ତୃତୀୟ ତଥା ଅନ୍ତିମ ଦିବସରେ 2027-28 ପାଇଁ ରୋଟାରୀ ଜିଲ୍ଲା-3262ର ଗଭର୍ଣ୍ଣର ବା ପ୍ରାନ୍ତପାଳ ପାଇଁ ନିର୍ବାଚନ ହୋଇ ଥିଲା। ମୋଟ 118 ଟି କ୍ଳବର ସଭାପତି ମାନେ ସେମାନଙ୍କ କ୍ଳବର ସଭ୍ୟ ସଂଖ୍ୟା ଭିତ୍ତିରେ ଭୋଟ ଦେଇଥିଲେ । ମୋଟ 155 ଭୋଟ ମଧ୍ୟରୁ ରୋଟାରୀକ୍ଲବ ଅଫ୍ ଭଦ୍ରକର ପୂର୍ବତନ ସଭାପତି ରୋଟାରିଆନ ଇନ୍ଦ୍ରଜିତ ସାହୁ ସର୍ବାଧିକ 134 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ଜଣାଯାଇଛି । ରୋଟାରୀ ଜିଲ୍ଲା-3262ର କାର୍ଯ୍ୟକ୍ରମ ମାଧ୍ୟମରେ ଇନ୍ଦ୍ରଜିତ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ସୁଖ୍ୟାତି ଅର୍ଜନ କରିବେ ବୋଲି ରୋଟାରିଆନ ମାନେ ଆଶା ପୋଷଣ କରିଛନ୍ତି।ତାଙ୍କର ଏହି ବିଜୟରେ ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟର ପ୍ରାକ୍ତନ ସଭାପତି କାମରାଜୁ ମହାରଣା ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

You might also like
error: Content is protected !!