ସାମାଜିକ ସମରସତା ସମ୍ମିଳନୀ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ସ୍ଥାନୀୟ ଅକ୍ସଫୋର୍ଡ ପବ୍ଲିକ ସ୍କୁଲରେ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଓ ବଜରଙ୍ଗ ଦଳ ଗଞ୍ଜାମଙ୍କ ଆନୁକୂଲ୍ୟରେ ଭାରତୀୟ ସାମାଜିକ ସମରସତା ଅଭିଯାନର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ କେନ୍ଦ୍ରୀୟ ସାମାଜିକ ସମରସତା ପ୍ରମୁଖ ଦେଓଜୀ ରାୱାତ୍ ଯୋଗ ଦେଇ ଭାରତ ବର୍ଷର ସାମାଜିକ ସମରସତାର ଆବଶ୍ୟକତା ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଷତ୍ରୀୟ ସାମାଜିକ ସମରସତା ପ୍ରମୁଖ ଗୌତମ ସରକାର ହିନ୍ଦୁ ଜାତିର ବିଭାଜନରେ ଅଣହିନ୍ଦୁ ମାନଙ୍କ ପ୍ରଚେଷ୍ଟା ଓ ସାମାଜିକ ସମରସତା ଅଭାବ ସମ୍ପର୍କେ ଆଲୋଚନା କରିଥିଲେ । ପ୍ରାନ୍ତ ସମରସତା ପ୍ରମୁଖ ତରଣୀସେନ ଦାସ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଧର୍ମାନ୍ତିକରଣ ଓ ବନବାସୀ ମାନଙ୍କ ସମସ୍ୟା ଉପରେ ବକ୍ତବ୍ୟ ଦେଇଥିଲା ବେଳେ ବିଶ୍ଵହିନ୍ଦୁ ପରିଷଦର ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ହିନ୍ଦୁ ସମାଜରେ ଦେଖା ଦେଇଥିବା ବିଶୃଙ୍ଖଳା ତଥା ଅଣହିନ୍ଦୁ ମାନଙ୍କ ପ୍ରଲୋଭନ ଉପରେ ବକ୍ତବ୍ୟ ଦେଇଥିଲେ । ବିଶ୍ଵହିନ୍ଦୁ ପରିଷଦର ପ୍ରାନ୍ତ ବିଶେଷ ସଂପର୍କ ପ୍ରମୁଖ ଅଶୋକ କୁମାର ପାଳ ଉପସ୍ଥିତ ରହି ବନବାସୀ, ଆଦିବାସୀ ମାନଙ୍କ ସହ ଆମ ସମ୍ପର୍କର ଅଭାବରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପର୍କେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ,ଗଜପତି ଜିଲ୍ଲାର ବିଭିନ୍ନ ବର୍ଗର କୁଳ ମୁଖିଆ,ଜାତି ମୁଖିଆ,ସମାଜସେବୀ ପୂଜ୍ୟ ସନ୍ଥ ମହନ୍ତ ମାନେ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର,ବିଶ୍ଵ ହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସମ୍ପାଦକ ଜି. ଶ୍ରୀନିବାସ ଆଚାରୀ,ଗଞ୍ଜାମ ଜିଲ୍ଲା ସମରସତା ପ୍ରମୁଖ ରବିନାରାୟଣ ବେହେରା,ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପ୍ରମୁଖ ଅଜୟ ବେହେରା,ବିଶ୍ଵ ହିନ୍ଦୁ ପରିଷଦ ବ୍ରହ୍ମପୁର ମହାନଗର ସମ୍ପାଦକ କେଦାରନାଥ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସହ ସଂପାଦକ ଅରୁଣ ପ୍ରସାଦ ପାଢ଼ୀ,ବିଶ୍ଵ ହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ନରେନ୍ଦ୍ର କୁମାର ଜାନୀ,ଗଜପତି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ଗୌଡ଼,ଶବର ସମାଜ କଲ୍ୟାଣ ସମିତି ମୁଖ୍ୟ କୃଷ୍ଣଚନ୍ଦ୍ର ଗମାଙ୍ଗ,ସମାଜସେବୀ ଅରକ୍ଷିତ ମଣ୍ଡଳ,ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ରାଜୀବ ନେତ୍ର ଖାଡଙ୍ଗା,ବିଶ୍ଵ ହିନ୍ଦୁ ପରିଷଦ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ ପ୍ରମୁଖଙ୍କ ସମେତ ସମସ୍ତବର୍ଗର ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Smart Computer Ad
You might also like
error: Content is protected !!