ଅନ୍ତର୍ଦୟ ଗୃହ ଯୋଜନା ଶୁଭାରମ୍ଭ ଅବସରରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅନ୍ତର୍ଦୟ ଗୃହ ଯୋଜନା ଶୁଭାରମ୍ଭ କରିଥିବା ବେଳେ ଗଜପତି ଜିଲ୍ଲା ମୋହନା ହାଇ ସ୍କୁଲ ପଡ଼ିଆରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରେ ବହୁ ହିତାଧିକାରୀ ଓ ଜଣ ସାଧାରଣ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ ପକ୍ଷରୁ ଏହି ଯୋଜନାରେ ସାମିଲ କରିବା ପାଇଁ ୮୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଆଜି ପ୍ରଥମ ଦିନରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପଂଚାୟତ ରାଜ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ଯେଉଁ ଗାଇଡ୍ ଲାଇନ ରହିଛି । ସେହି ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରାଯିବ ।