ସରସ୍ୱତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ସିଦ୍ଧେଶ୍ୱର ଗୁରୁଜୀ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଜୟ କୁମାର ସାସମଲ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜିର ଉତ୍ସବର ମୁଖ୍ୟ ଅତିଥ୍ ଭାବେ ଶ୍ରୀଯୁକ୍ତ ଏସ. ତପନ ଶିଶୁ ଭାଇ ଭଉଣୀଙ୍କୁ ରାଷ୍ଟ୍ରୀୟ ନବବର୍ଷ ପାଳନର ମହତ୍ତ୍ବ ବିଷୟରେ ଜଣାଇଥିଲେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିନ୍ଦୁ ଧର୍ମର ସଂସ୍କୃତି ଓ ପରମ୍ପରା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ନିମନ୍ତେ ଶିଶୁ ଭାଇ ଭଉଣୀମାନେ ନିଜ ହାତ ତିଆରି ଅଭିନନ୍ଦନ ପତ୍ରକୁ ସାଙ୍ଗସାଥୀ ଓ ଗୁରୁଜନମାନଙ୍କୁ ବଣ୍ଟନ କରିଥିଲେ । ଏହା ସହିତ ନିଜ ଘର ଆଗରେ ସୁନ୍ଦର ରଙ୍ଗୋଲି ପକାଇ ଅଭିନନ୍ଦନ ବାର୍ତ୍ତା ଜଣାଇଥିଲେ । ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ତାରିଣୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।