ଅନ୍ତର୍ଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଆଜି ରା,ଉଦୟିଗିରି ବ୍ଳକରେ ନିରୀହ ଭିନ୍ନକ୍ଷମ,ବିକଳାଙ୍ଗ,ବିଧବା ଆଦି ପରିବାରକୁ ସରକାରଙ୍କ ଅନ୍ତର୍ଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ୪୧ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ବ୍ଲକ ବିଡିଓଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର ଶୁଭାରମ୍ଭ କରି ରା,ଉଦୟଗିରି ବ୍ଲକର ୪୧ ଜଣ ହିତାଧିକାରୀ ଙ୍କୁ ଗୃହ କାର୍ଯ୍ୟlଦେଶ ପ୍ରଦାନ କରିଛନ୍ତି।ବହୁଦିନ ପରେ ଅସହାୟ ଙ୍କ ଘର ତୋଳିବାର ସ୍ବପ୍ନ ପୁରଣ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ । ଏହି ଯୋଜନା ମାଧ୍ୟମରେ କେହିବି ବଞ୍ଚିତ ରହିବେ ନାହିଁ ବୋଲି ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରା,ଉଦୟଗିରି ବ୍ଳକ ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟ୍ଟନାୟକ,ସିଡିପିଓ ଲଳିତା ପୂଜାର ସମେତ ବହୁ ସରପଞ୍ଚ,ସମିତି ସଭ୍ୟା/ସଭ୍ୟ ଉପସ୍ଥିତ ଥିବାବେଳେ ବ୍ଳକର ବିପିସି ଅଶ୍ୱିନୀ କୁମାର ସଡଙ୍ଗି ଏବଂ ବିପିଏ ପ୍ରିୟଙ୍କା ରଥ ପରିଚାଳନା କରିଥିଲେ ଵେଳେ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।