ବାଲିଗୁଡା କ୍ଷୁଦ୍ର ବଣିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ
ବାଲିଗୁଡା, ୩୦/୦୩ [ସୁକାନ୍ତ କୁମାର ତ୍ରିପାଠୀ ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ସ୍ଥିତ କ୍ଷୁଦ୍ର ବଣିକ ସଂଘର ସମସ୍ତ ବ୍ୟବସାୟୀ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ରବିବାର ଦିନ କଟପଡ଼ି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସ୍ଥାନୀୟ ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ପରେ ପରେ ସର୍ବ ସମ୍ମତି କ୍ରମେ ଚଳିତ ବର୍ଷ ପାଇଁ
ନୂତନ ସଭାପତି ଭାବେ ସନ୍ୟାସୀ ନାୟକ, ଉପସଭାପତି ଭାବେ ରଙ୍କନିଧି ପଣ୍ଡା, ସମ୍ପାଦକ ଭାବେ ପଞ୍ଚାନନ ସାହୁ, ସହ ସମ୍ପାଦକ ଭାବେ କୌଶିକ ନାୟକ,କୋଷାଧକ୍ଷ ଭାବେ କେଶବ ପଣ୍ଡାଙ୍କ ସମେତ ୬ ଜଣ ସଭ୍ୟ ଓ ୬ଜଣ ଉପଦେଷ୍ଟା ମଣ୍ଡଳୀରେ ଚୟନ କରାଯିବା ସହ ନୂତନ ସଭ୍ୟ ସଂଗ୍ରହ କରାଯାଇଥିଲା | ଶେଷରେ ଭୋଜି ଭାତର ଆୟୋଜନ ହୋଇଥିଲା |