ନଳିନୀ କୁମାର ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା,୩୦/୦୩ [ସୁକାନ୍ତ କୁମାର ତ୍ରିପାଠୀ ] ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ସହକାରୀ ଗ୍ରନ୍ଥାଗାରିକ ନଳିନୀ କୁମାର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସଭାପତି ପ୍ରାଶାସନିକ ବର୍ସର ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଶୈକ୍ଷିକ ବର୍ସର ଡ଼ ସୁଶାନ୍ତ କୁମାର ଦାସ ଇଂରାଜୀ ଅଧ୍ୟାପକ ତେଜେଶ୍ଵର ନାୟକ ନୀଳାଚଳ ମହାରଣା ବାଣିଜ୍ୟ ବିଭାଗ ମୁଖ୍ୟ ସରୋଜ କୁମର ପାଠୀ ପଦାର୍ଥ ବିଜ୍ଞାନ ପରୀକ୍ଷାଗାର ସହାୟକ ସୁରେଶକୁମାର ମିଶ୍ର ଜୀବ ବିଜ୍ଞାନ ପରୀକ୍ଷାଗାର ସହାୟକନଳିନୀ କୁମାର ରଥଙ୍କୁ ବିଦାୟ ସମ୍ବର୍ଦ୍ଧନାନଳିନୀ କୁମାର ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ଶେଷ ଗିରି ରାଓ ଆଚାରୀ ରସାୟନ ବିଜ୍ଞାନ ପରୀକ୍ଷାଗାର ସହାୟିକା ସୈ।ଭାଗିନୀ ଦାଶ ସ୍ମୃତି ଚାରଣ କରି ଆଦର୍ଶ ଜୀବନଯାପନ କରିବାକୁ ରଥ ବାବୁଙ୍କ ଠାରୁ ଶିଖିବାର ଅଛି ବୋଲି କହିଥିଲେ। ଆଦିବାସୀ ମହାବିଦ୍ୟାଳୟ ପାଠାଗାର କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ଗ୍ରନ୍ଥାଗାର ବୋଲି ଯେ କେହି ସ୍ଵୀକାର କରିବାରେ ରଥ ବାବୁଙ୍କ ଭୂମିକା ଅନସ୍ବୀକାର୍ଯ୍ୟ।ନଳିନୀ କୁମାର ରଥ ତାଙ୍କର ସମ୍ବର୍ଦ୍ଧନା ସମାରୋହର ଉତ୍ତରରେ ଆଦିବାସୀ ମହାବିଦ୍ୟାଳୟ ସ୍ମୃତି କେବେ ବି ଭୁଲିବାର ନୁହେଁ ବୋଲି କହିଥିଲେ।

You might also like
error: Content is protected !!