ମାଆ ତାରା ତାରିଣୀ ଙ୍କୁ ଦର୍ଶନ କଲେ ରାଜ୍ୟ ପିସିସି ସଭାପତି

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ଆଜି ଅପରାହ୍ନରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାଶ, କେନ୍ଦ୍ର କଂଗ୍ରେସ ମିଡ଼ିଆ ସେଲ ର ସଭାପତି ପବନ ଖେର, ଗଞ୍ଜାମ ଓ ପଶ୍ଚିମ ଜିଲ୍ଲା ସଭାପତି, ରବୀନ୍ଦ୍ର ଶର୍ମା, ଆସ୍କା ଏମପି କଂଗ୍ରେସ ପାର୍ଥି ଦେବକାନ୍ତ ଶର୍ମା, ପ୍ରମୁଖ ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରା ତାରିଣୀ ଙ୍କ ଦର୍ଶନ କରିବାକୁ ଆସିଥିଲେ । ମାଆଙ୍କୁ ଦର୍ଶନ ଅବସର ପୂର୍ବରୁ କବିସୂର୍ଯ୍ୟ ନଗର ପିସିସି ମେମ୍ବର ବୁଲା ଜେନା,ଚିରଞ୍ଜିବି ବିଷୋଇ, ଧରଣୀ ଧର ବିଶୋଇ, ହରିକୃଷ୍ଣ ରଥ, ଶ୍ରୀନିବାସ ପ୍ରଧାନ, ପ୍ରଶାନ୍ତ ବିଷୋଈ, ଖଲ୍ଲିକୋଟ କଂଗ୍ରେସ ବିଧାୟକ ପାର୍ଥି ଚିତ୍ରସେନ ବେହେରା, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନମନୋ ରଞ୍ଜନ ଦାଶ, ଉପସଭାପତି ସୁଶାନ୍ତ ଗୌଡ଼, ମଲିଦାଶ ସୁନୀଲ ବେହେରା, ସନ୍ତୋଷ ଗୌଡ଼, ପର୍ଶୁ ବେହେରା, ଜିତୁ ପ୍ରଧାନ ବହୁ କଂଗ୍ରେସ ର ନେତା କର୍ମୀ ମାନେପିସିସି ଙ୍କ ସହ ଅନ୍ୟ ନେତାମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ଏବଂ ପିସିସି ଙ୍କ ସହ ଅନ୍ୟ ମାନେ ମାଆଙ୍କ ଦର୍ଶନ ଲାଭକରି କୁତାର୍ଥ ହୋଇ ଥିଲେ ବୋଲି ମତ ଦେଇଥିଲେ ।

ମାଆ ତାରା ତାରିଣୀ ଙ୍କୁ ଦର୍ଶନ କଲେ ରାଜ୍ୟ ପିସିସି ସଭାପତି

ତେବେ ଦୁଇ ଦିନ ତଳେ ବିଧାନ ସଭାର ଘଟଣା କୁ ନେଇ ମାଆଙ୍କ ଶରଣା ପର୍ଣ୍ଣ ହେବାକୁ ଆସିଲେ ନା ଅନ୍ୟକିଛି କଥା ଅଛି କହିବାରୁ ପିସିସି ସଭାପତି ମୋର ମାନସିକ ଥିଲା ପିସିସି ସଭାପତି ହେବାପରେ , ଆଜି ମାଆଙ୍କୁ ଦର୍ଶନ କରି ବହୁତ ଖୁସିଅଛି କହିଥିଲେ । ତାଙ୍କ ସହିତ ଆସିଥିବା କେନ୍ଦ୍ରୀୟ କଂଗ୍ରେସ ମିଡ଼ିଆ ସଭାପତି ପବନ ଖେର, ମଧ୍ୟ ବହୁତ ଖୁସି ଥିବାର କହିଛନ୍ତି । ଏହା ସହିତ ସେମାନଙ୍କ ପୂଜା କରିଥିବା ସେବାୟତ ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ପିସିସି ସଭାପତି ଙ୍କ ଆଗମନ ସେମାନଙ୍କ ପାଇଁ ବହୁତ ଖୁସି ଆଣି ଦେଇଥିବାର କହିଛନ୍ତି ।

Smart Computer Ad
You might also like
error: Content is protected !!