ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ଜଳ ଉଠାଣ ଯନ୍ତ୍ର ବଣ୍ଟନ
ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଚାଷୀମାନଙ୍କୁ ପ୍ରଦାନ କରାଗଲା ଜଳ ଉଠାଣ ଯନ୍ତ୍ର ।ଗଜପତି ଜିଲ୍ଲାର ଦୁଇଗୋଟି ବ୍ଲକରେ ବଣ୍ଟନ କରାଗଲା ଏହି ଜଳ ଉଠାଣ ଯନ୍ତ୍ର । କାରଣ ଗଜପତି ଜିଲ୍ଲା ରେ ଆଦିବାସୀ ବହୁଳ ଅଞ୍ଚଳ ଏବଂ ଚାଷୀ ମଜୁରିଆ ମାନେ ବସବାସ କରନ୍ତି।ତେବେ ଆଜି ଗଜପତି ଜିଲ୍ଲା ର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ମୁଖ୍ୟ ମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ଆର.ଉଦୟଗିରି ବ୍ଳକରେ ୩୦ ଗୋଟି ଏବଂ ନୂଆଗଡ ବ୍ଲକ ରେ ୩୫ ଗୋଟି ସର୍ବ ମୋଟ ୬୫ ଗୋଟି ଚାଷୀ ମାନଙ୍କୁ ଜଳ ଉଠାଣ ଯନ୍ତ୍ର ବଣ୍ଟନ କରାଯାଇଥିଲା ।କାରଣ ଚାଷୀ ମାନେ କିପରି ଭାବେ ନିଜ ନିଜ ଚାଷ ଜମିରେ ଏହି ଗ୍ରୀଷ୍ମ ଋତୁରେ ଜଳ ଦ୍ୱାରା ପନିପରିବା ଚାଷ କରି ଜୀବିକା ଉପାର୍ଜନ କରିବେ ବୋଲି ଚାଷୀମାନଙ୍କୁ ପ୍ରଦାନ କରାଗଲା। ଜଳ ଉଠାଣ ଯନ୍ତ୍ର ର ମୂଲ୍ୟ ପ୍ରାୟ ୨୩,୧୪୧ ଟଙ୍କା ଥିବବେଳେ,କିନ୍ତୁ ଚାଷୀମାନେ ଏହାକୁ ମାତ୍ର ୩,୧୪୧ ଟଙ୍କା ଦେବାକୁ ପଡ଼ିଥିଲା ଏବଂ ବଳକା ରାଶି ୨୦,୦୦୦ ହଜାର ଟଙ୍କା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ବହନ କରିବେ ବୋଲି ଶିବାଜି ପ୍ରଧାନ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏସ ଏମ ଏସ ସିମାନ୍ଦ୍ରି ଭଗବାନ ଏବଂ ପି ଏମ ଶିବାଜି ପ୍ରଧାନ ପୁଣି ବି ଏଲ୍ ଇ ଶ୍ରୀ ବିଜୟ କୁମାର ପାଇକ ରା,ଉଦୟଗିରି ଏବଂ ଜୀବିକା ସାଥୀ ମାନେ ଉପସ୍ଥିତ ଥିଲେ। ଏହି ଜଳ ଉଠାଣ ଯନ୍ତ୍ର ପାଇ ଚାଷୀ ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଥିଲା ।