ସନ ସାଇନ ଇଣ୍ଟର ନେସନାଲ ଇଂଲିଶ ମିଡ଼ିଏମ ସ୍କୁଲର 13 ତମ ପ୍ରତିଷ୍ଠା ଦିବସ ପାଳିତ

ସନ ସାଇନ ଇଣ୍ଟର ନେସନାଲ ଇଂଲିଶ ମିଡ଼ିଏମ ସ୍କୁଲର 13 ତମ ପ୍ରତିଷ୍ଠା ଦିବସ ପାଳିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର କୁମ୍ଭାରୀ ଠାରେ ଥିବା ସନ ସାଇନ ଇଣ୍ଟରନେସନାଲ ଇଂରେଜି ମିଡ଼ିଏମ ସ୍କୁଲର 13ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଫୁଲ କୁମାର ରଥ ଙ୍କ ଅଧକ୍ଷ ତାରେ ଅନୁଷ୍ଠାନ ର ଅଧକ୍ଷ ସୁନୀଲ କୁମାର ମହାନ୍ତିଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ସଙ୍ଘର ସଭାପତି ଅରୁଣ କୁମାର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ତାରା ତାରିଣୀ ମହାବିଦ୍ୟଳୟ ର ପୂର୍ବତନ ଅଧକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ତାରାତାରିଣୀ କଲେଜ ର ପୂର୍ବତନ ଅଧ୍ୟା ପକ ଡ଼ଃ ଗାୟତ୍ରୀ ଦାଶ, ମଞ୍ଚାସିନ ଥିଲେ । ସର୍ବ ପ୍ରଥମେଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଚରଣରେପ୍ରଣିପାତ କରି ପ୍ରଦୀପ ପ୍ରଜ୍ବଳନ କରି ଥିଲେ ।ଅନୁଷ୍ଠାନର ଶିକ୍ଷୟତ୍ରୀ ମାନେ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହାସହ ଅନୁଷ୍ଠାନର ଅଧକ୍ଷ ଆଜି ତାଙ୍କ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ହୋଇଥିବା ସାମ୍ବାଦିକ ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ, ଓ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ ଏବଂ ସ୍କୁଲର ବାହାନ ଚାଳକ ମାନଙ୍କୁ ଏବଂ ବରିଷ୍ଟ ନାଗରିକ ସଦସ୍ୟ ମାନଙ୍କୁ ମଧ୍ୟ ପଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବକ୍ତା ସ୍କୁଲର ପିଲା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନୁଷ୍ଠାନ ର ସଭାପତି, ଏବଂ ଅଧକ୍ଷ ଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଆଜି ଏହି ବିଦ୍ୟାଳୟ କୁ ଆଗକୁ ବଢ଼ିବାରେ ସହଯୋଗ କରିଛି । ତେଣୁ ଏହି ଅନୁଷ୍ଠାନ ଆହୁରି ଆଗକୁ ବଢୁ ଏହା ହିଁ ମୁଁ କାମନା କରୁଛି ବୋଲି ମୁଖ୍ୟ ଅତିଥି କହିଥିଲେ । ମୁଖ୍ୟ ବକ୍ତା ଡ଼ଃ ସିମାଞ୍ଚଳ ପଟନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ପିଲାମାନେ ନିଜ ପିତାମାତା ଓ ଦେଶ ର ନାମ ରଖିବାକୁ କହିଥିଲେ । ସମ୍ମାନିତ ଅତିଥି ଗାୟତ୍ରୀ ମେଡମ ଏହି ସ୍କୁଲର ଉତ୍ତରୋତ୍ତର ବୃଦ୍ଧି କାମନା କରିବା ସହିତ ସମସ୍ତେ ଗୀତା ପଢନ୍ତୁ ଏବଂ ସମସ୍ତ ଛାତ୍ର, ଛାତ୍ରୀ ମାନେ ମୋବାଇଲରୁ ଦୁରେଇ ରହିବାକୁ ଉପଦେଶ ଦେଇଥିଲେ । ସଭାପତି ତାଙ୍କ ଭାଷଣରେ ଏହି ଅନୁଷ୍ଠାନ 26 ଗୋଟି ପିଲାଙ୍କୁ ନେଇ 13 ବର୍ଷ ତଳେ ଆରମ୍ଭ ହୋଇ ଆଜି 600 ରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ନେଇ ଗଢ଼ି ଉଠିଛି । ଏହା ବହୁ ଘାତ ପ୍ରତିଘାତ ଦେଇ ଆଜି ମୁଣ୍ଡ ଟେକିବାକୁ ଚେଷ୍ଟା କରିଛି ବୋଲି ସଭାପତି କହିଥିଲା ବେଳେ ଅଧକ୍ଷ ଏହି ଅନୁଷ୍ଠାନର ଅଗ୍ରଗତି ଉପରେ ସମସ୍ତଙ୍କ ସହଯୋଗ ରହିଥିବାରୁ ଆଜି ସେ ବଡ଼ ହୋଇ ପାରିଛି କହିଥିଲେ ।

ସନ ସାଇନ ଇଣ୍ଟର ନେସନାଲ ଇଂଲିଶ ମିଡ଼ିଏମ ସ୍କୁଲର 13 ତମ ପ୍ରତିଷ୍ଠା ଦିବସ ପାଳିତ

ସମସ୍ତଙ୍କ ଟିକେ ଟିକେ ସାହାଯ୍ୟ , ସହଯୋଗରେ ଆଜି ସନସାଇନ ତାର ତେର ବର୍ଷ ଜନ୍ମ ଦିବସ ପାଳନ ପାଳନ କରିଛି ଏବଂ ଏହି କାର୍ଯ୍ୟରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପୁର୍ଣ ପ୍ରାଣରେ ସାଥ ଦେଇଥିବାରୁ ମୁଁ ସମସ୍ତଙ୍କ ପାଖରେ ଚିରକୃତଜ୍ଞ ବୋଲି କହିଥିଲେ । ଅନୁଷ୍ଠାନର ସମସ୍ତ ଷ୍ଟାଫଙ୍କ ସହଯୋଗରେ ଆଜି ଏହି କାର୍ଯ୍ୟକ୍ରମ ସମାପନ ହୋଇଅଛି । ଶେଷରେ ଜନ୍ମ ବାର୍ଷିକୀ ପାଳନ ପାଇଁ କେକ କଟାଯାଇ ସମସ୍ତ ଅତିଥି ଏବଂ ବରିଷ୍ଠ ନାଗରିକ ସଦସ୍ୟ, ସାମ୍ବାଦିକ, ଓ ଛାତ୍ର, ଛାତ୍ରୀ ଏବଂ ଷ୍ଟାଫ ମାନଙ୍କୁ ବଣ୍ଟନ କରାଯାଇଥିଲା ।

Smart Computer Ad
You might also like
error: Content is protected !!