ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି। ସେ ହେଲେ ସାନକରଞ୍ଜ ସାହି ଗାଁର ଦିବାକର ଭୂୟାଁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି । ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରାମଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏନେଇ ରାମଗିରି ଥାନା ଅଧିକାରୀ ଗଜପତି ଦୋରାଙ୍କୁ ପଚାରିବାରୁ ଗୁଳିରେ ଆହତ ହୋଇଥିବା ଚେଳିଚଲାଇ ଏବେ ସପୂନ୍ନ ସୁତ ହୋଇଗଲେ ଏବଂ ଗୁଳିରେ ଆହତ ବ୍ୟକ୍ତି ଜଣକ କୌଣସି ବ୍ୟକ୍ତି ନାମ କହିପାରୁନି କି ଏ ନେଇ ଥାନାରେ କୌଣସି ଏତଲା ଦିଆଯାଇନି ବୋଲି କହିଥିଲେ ।

You might also like
error: Content is protected !!