ଆଇନଜୀବୀ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ

ଆଇନଜୀବୀ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ଅନୁବନ୍ଧିତ ଓଡ଼ିଶାର ସମସ୍ତ ଓକିଲ ସଂଘ ନିର୍ବାଚନ ଚଳିତ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବାର ଗୋଟିଏ ଭୋଟ୍ ନୀତିରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ପ୍ରାୟ ଚାଳସୀ ହଜାର ଓକିଲ ଅଂଶ ଗ୍ରହଣ କରିବେ । ଓକିଲ ମାନଙ୍କର ସମୂହ ସ୍ୱାର୍ଥ ଓ ଆଇନଜୀବୀଙ୍କର ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ ଅନୁଷ୍ଠିତ ହେଉଥିବା କୁହାଯାଉଛି l ଏହି ନିର୍ବାଚନରେ ବ୍ରହ୍ମପୁର ,ଛତ୍ରପୁର, ଆସିକା ଓ ଭଂଜନଗର ଓକିଲ ସଂଘ ନିର୍ବାଚନ ପାଇଁ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ନିରପେକ୍ଷତା ଅବଲମ୍ବନ କରିବା ଏହି ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି।

You might also like
error: Content is protected !!