ଅଙ୍ଗନବାଡି ପ୍ରାର୍ଥୀନୀ ଚୟନ ପ୍ରକ୍ରିୟା ଘୁଞ୍ଚିଲା
ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ୨୭ l ୩ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଅଧୀନରେ କଣ୍ଟିଲୋ ୨ ନଂ ଅଙ୍ଗନବାଡି କେନ୍ଦ୍ର ରହିଛି ଓ ପ୍ରାୟ ୫ ମାସ ହେଲା ସହାୟିକା ପଦ ଖାଲି ରହିଥିବାରୁ ଅନ୍ୟ ଜଣକୁ ନିଯୁକ୍ତି ଦିଆଯିବାକୁ ସରକାରଙ୍କ ତରଫରୁ ଗତ ଫେବୃଆରୀ ମାସ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଇତି ମଧ୍ୟରେ ୩ ଜଣ ପ୍ରାର୍ଥୀନୀ ନାମ ଜଲୀ ସାହୁ, ଚନ୍ଦ୍ର କାନ୍ତି ମିଶ୍ର ଓ ସନ୍ଧ୍ୟାରାଣୀ ପଗଡ଼ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା l ଉଲ୍ଲେଖ ଯୋଗ୍ୟ ଯେ ପ୍ରାର୍ଥୀନୀ ଚୟନ ପାଇଁ ଜନମତ ସଂଗ୍ରହ ଉଦ୍ଦେଶ୍ୟ ରେ ଖଣ୍ଡପଡା ପ୍ରକଳ୍ପ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଲୋଚନା ସଭା କଣ୍ଟିଲୋ ମଝିସାହି ପାଟଣା ରାଧାମୋହନ ଯୁବ କ୍ଲବ ସଭା ଗୃହ ରେ ଗୁରୁବାର ଅନୁଷ୍ଠିତ ହୋଇଥିଲା l ଖଣ୍ଡପଡା କାର୍ଯ୍ୟାଳୟ ସୁପର ଭାଇଜର ଲକ୍ଷ୍ମୀ ପ୍ରିୟା ବସନ୍ତରା ଓ ସାହି ଭଦ୍ର ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଆଲୋଚନା କରା ଯାଇଥିଲା l
ସୂଚନା ଯୋଗ୍ୟ ଯେ ୨ ନଂ ଏହି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଦୀର୍ଘ ଵର୍ଷ ହେଲା ସମ୍ପୃକ୍ତ ସହକର୍ମୀ ଙ୍କ ବାସ ଗୃହରେ କୋମଳ ମତି ଶିଶୁ ମାନଙ୍କୁ ବସା ଯାଉଛି ଓ ଖାଦ୍ୟ ପାନୀୟ ସରକାରୀ ନିୟମ ଅନୁସାରେ ଦିଆ ଯାଉଥିଲେ ମଧ୍ୟ ଏହାର ସତ୍ୟତା ଉପରେ ପ୍ରତିକ୍ରିୟା ପ୍ରକାଶ ପାଉଛି l ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଙ୍କ ଆଲୋଚନା କ୍ରମେ ନିଯୁକ୍ତି ପ୍ରକ୍ରିୟାକୁ ନୂତନ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଧାମୋହନ ଯୁବ କ୍ଲବ ସଭାପତି ଅଞ୍ଜନ କୁମାର ମହାରଣାଙ୍କ ପସ୍ତାବ କ୍ରମେ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା l ଏହି ସଭାରେ କଣ୍ଟିଲୋ ସରପଞ୍ଚ ଶ୍ରୀୟା ରାଣୀ ବେହେରା, ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ଦଳେଇ,ୱାର୍ଡ ସଭ୍ୟ ଚିତ୍ତରଞ୍ଜନ ମିଶ୍ର, ନିହାର ରଞ୍ଜନ ମିଶ୍ର, ଶ୍ରବଣ ରାମ ମିଶ୍ର,. ଦିଲ୍ଲୀପ କୁମାର ସାହୁ ଓ ପ୍ରାଣ କୃଷ୍ଣ ସାହୁ ଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ଭଦ୍ର ମହିଳା ମାନେ ଉପସ୍ଥିତ ଥିଲେ l
