ପିତା ମାତା ବିଦ୍ୟାଳୟ ଅଙ୍ଗଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ଚନ୍ଦ୍ରପୁର ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିତା ମାତା ଅଙ୍ଗଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଭାପତି ଭାବେ ବ୍ଲକ ଅଧ୍ୟକ୍ଷକ ଶ୍ରୀ କୟୀନ କିମ୍ଵାକା,ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ୟକାନ୍ତ ବାଙ୍ଗଲୋ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ଚନ୍ଦ୍ରପୁର ବ୍ଲକ ସମ୍ନାନ୍ୱିତ ଶିଶୁଵିକାଶ ସିଡିପିଓ ଗୀତାରାଣୀ ସାହୁ ଯୋଗଦେଇଥିଲେ l ସାମ୍ନାନୀୟ ଅତିଥିଭାବେ ଚନ୍ଦ୍ରପୁର WEO ଶ୍ରୀ ଶ୍ରୀତମ ପୂର୍ତ୍ତି,ସାମାଜିକ କର୍ମୀ କୈଳାସ ମାଳବିଶୋଇ, ବିଜୟ ପ୍ରସାଦ ଉଲ୍ଲକା ଯୋଗଦେଇଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନସିପାଲ ଶ୍ରୀ ରଞ୍ଜିତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ l ଅତିଥି ବୃନ୍ଦ ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ୟାରେଜ ଆଜ ପାର୍ଟିନର ଓ ଆମେ ଜାଣିବା ଆମେ ଜିଣିବା ଶୀର୍ଷକ ବିଷୟରେ ବୁଝାଇ ଦେଇଥିଲେ l ଏଥିରେ ସହକାରୀ ଶିକ୍ଷକ ଶ୍ରୀ ଭୟରାମ ନାୟକ,ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷକ ସୁଧାଂଶୁ ସାହୁ, ଶିକ୍ଷୟିତ୍ରୀ, କବିତା ପାଲକା, ଲତା ପଲକିଆ, ମାନସି ଖୁରା, CCA ସନ୍ଦ୍ୟାରାଣୀ ଗଗେରାଙ୍ଗା ଓ କୁନ୍ତି ଗମିଡାଙ୍ଗା ସହଯୋଗ କରିଥିଲେ l ସେହିପରି ସରକାରୀ ଏସଏସଡି ଆଶ୍ରମ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷ ତାରେ ପ୍ୟାରେଜ ଆଜ ପାର୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା, ସାମ୍ନାନୀୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ହାଡିବନ୍ଧୁ ବ୍ରେକେବେଡା, ଯୋଗଦେଇ ଅଭିଭାବକ ଅଙ୍ଗଶିଦାର ବିଷୟରେ ବୁଝାଇ ଥିଲେ ମଞ୍ଚ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ ଓ ସରକାରୀ ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରୀ ସାହୁ ଙ୍କ ଅଧ୍ୟକ୍ଷତାରେ ମଧ୍ୟ୍ୟ ପିତା ମାତା ଅଙ୍ଗଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!