ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେରେଙ୍ଗାଗୁଡ଼ା ଠାରେ ବାର୍ଷିକ ମହୋତ୍ସବ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେରେଙ୍ଗାଗୁଡ଼ା ଠାରେ ବାର୍ଷିକ ମହୋତ୍ସବ

ଚନ୍ଦ୍ରପୁର, (କୈଳାସ ମାଳ ବିଷୋଇ) -: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସାର୍କୀମା ପଞ୍ଚାୟତ ଗେରେଙ୍ଗାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୟୀନ କିମ୍ଵାକା ଯୋଗଦେଇ ଥିଲେ । ସମ୍ମାନୀୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସିଙ୍ଗାନା ତାଡିଙ୍ଗି, ଜର୍ଜ କାଡାଇସ୍କା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସାର୍କୀମା ସରପଞ୍ଚ ଶ୍ରୀ ଫକୀର ମୋହନ ଗମିଡାଙ୍ଗା ଯୋଗ ଦେଇଥିଲେ । ଗେରେଙ୍ଗାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀ ବିଚିତ୍ର ପାଣ୍ଡଵ ମୁଖ୍ୟ ଅତିଥି ସାମ୍ନାନୀୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଗମିଡାଙ୍ଗା ଦିଲ୍ଲୀପ ଔପଢୋକ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ଏବଂ ଗେରେଙ୍ଗାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଗମିଡାଙ୍ଗା ଦିଲ୍ଲୀପ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଥିବାବେଳେ ତିନି ଜଣ ଶିକ୍ଷକ ଥିବା ଓ ଛାତ୍ର ଛାତ୍ରୀଙ୍କ ପାଣି ଅସୁବିଧା ବିଷୟରେ ମଞ୍ଚାସିନ ଅତିଥିଙ୍କୁ ଅବଗତ କରାଇ ଥିଲେ ଏବଂ ବିଭିନ୍ନ ଖେଳ ପ୍ରତି ଯୋଗିତାରେ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ଅତିଥି ବୃନ୍ଦ ଶୁଭେଚ୍ଛା ଜଣାଇ ଥିଲେ ଓ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ବାର୍ଷିକ ମହୋତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ରତ୍ନାକର କାଡାଇସ୍କା, କିରମା କ୍ଲଷ୍ଟର ସିଆରସୀ ଶ୍ରୀ ରାଜେନ୍ଦ୍ର ବେହେରା, ଗେଡ଼lପଦର ଶିକ୍ଷକ ବଳରାମ ପାଲକା, ଏଙ୍କନାଗୁଡା ବିଦ୍ୟାଳୟ ଶିକ୍ଷକ ପ୍ରଶାନ୍ତ ଗମିଡାଙ୍ଗା, ବନ୍ଦିରୀ ବିଦ୍ୟାଳୟ ଶିକ୍ଷକ ଦୀନବନ୍ଧୁ ମୁଦ୍ରିଙ୍ଗା,ବିଦ୍ୟାଳୟ ଉପସଭାପତି ଶ୍ରୀମତୀ ରଶ୍ମିତା ବିବାର, ସାଉଲ କାଡାଇସ୍କା, ସହକାରୀ ଶିକ୍ଷକ ମହେଶ୍ୱର କାଡାଇସ୍କା ଓ ଗ୍ରାମର ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମଞ୍ଚ ସହକାରୀ ଶିକ୍ଷକ ଶ୍ରୀ ପାଣ୍ଡଵ ପରିଚାଳନା କରିଥି ଓ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Smart Computer Ad
You might also like
error: Content is protected !!