ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ତୁମୁଡିବନ୍ଧ , ୨୬/୦୩ [ସୁକାନ୍ତ କୁମାର ତ୍ରିପାଠୀ )‍ ଆଜି ମଧ୍ୟାହ୍ନରେ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟ ପରିସରରେ +୩ ଅନ୍ତିମ ବର୍ଷର ସମ୍ମାନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଡ଼ଃ ବିଶ୍ଵେଶ୍ଵର ଆଚାର୍ଯ୍ୟ ସଭାପତିତ୍ବ କରିଥିଲାବେଳେ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡାକ୍ତର ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ରକ୍ଷା କରିବା ସହ ସରକାରୀ ଯୋଜନାରେ ନିଜକୁ ସାମିଲ କରି ଆଦର୍ଶ ନାଗରିକ ହେବାକୁ କହିଥିଲେ ।ସମ୍ମାନନୀୟ ଅତିଥି ଡେପୁଟି ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭାନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭାନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭାକଲେକ୍ଟର ଧୀରଜକୁମାର ପାତ୍ର ଚାଷ ଅଛି ଯାହାର କେତେ ସୁଖ ତାହାର କହି କୃଷି କ୍ଷେତ୍ରରେ କୃଷକର ଭୂମିକା ବଖାଣି ଥିଲେ।ମୁଖ୍ୟ ବକ୍ତା ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ନେତାଜୀ ସୁଭାଷ ବୋଷଙ୍କ ଭଳି ନିର୍ଭୀକ ଓ ଦୁଃସାହାସୀ ହେବା ସହ ଚରିତ୍ରବାନ୍ ହେବା ଜରୁରୀ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।ଶିକ୍ଷା ଅଧ୍ୟାପିକା ସ୍ୱାଗତିକା ସାହୁ ଇତିହାସ ଅଧ୍ୟାପକ ସୁନା ସଂଯୋଜନା କରିଥିଲେ।ସମାଜ ସଚେତନତାମୂଳକ ନାଟକ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ। ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ।

Smart Computer Ad
You might also like
error: Content is protected !!