ଚାନ୍ଦିପୁଟ ଇଷ୍ଟଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ

ଚାନ୍ଦିପୁଟ ଇଷ୍ଟଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ବିଜେ ଇଷ୍ଟଦେବୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀ ଙ୍କ ତ୍ରୟବାର୍ଷୀକ ଘଟଯାତ୍ରା ମହୋତ୍ସବ ଦୀର୍ଘ ସାତ ଦିନ ଧରି ପାଳିତ ହୋଇ ସମ୍ପୁର୍ଣ୍ଣ ହୋଇଛି ।‌ ପୌରାଣିକ ପରମ୍ପରା ଓ କିମ୍ବଦନ୍ତୀକୁ ଆଧାରରେ ଏହି ପୁଜା ଉତ୍ସବ ସାତ ଦିନ ଧରି ଚାଲିଥିଲା । ଗତ ବୁଧବାର ଦିନ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ରାତିରେ ମାଆଙ୍କ ଘଟ ନିଜ ମନ୍ଦିରକୁ ପ୍ରସ୍ଥାନ କରିଛନ୍ତି । ଏହି ଅବସରରେ ଗାଁ ସାରା ରଙ୍ଗବେରଙ୍ଗର ଆଲୋକମାଳା ରେ ସୁସଜ୍ଜିତ ହେବା ସହ ଭିନ୍ନ ଭିନ୍ନ କଳାକୁଞ୍ଜ ମାନ ସାହି ସାହିରେ ପ୍ରତିଷ୍ଠିତ ହୋଇଥିଲା । ସାତଦିନ ବ୍ୟାପି ଚାଲିଥିବା ଯାତ୍ରା ରେ ମାଁ ଙ୍କ ଘଟ କୁ ବିରାଟ ପଟୁଆରରେ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଗହଣରେ ଘଣ୍ଟ ଢୋଲ, ମହୁରାଳି , ସହ ଚାହାଣି ଗାଇ ଗାଇ ନଗର ପରିକ୍ରମା ହୋଇଥିଲା । ଏହା ସହ ମାଁ ଙ୍କୁ ଉତ୍ସାହିତ କରିବା ଲାଗି ଅନେକ ଶ୍ରଦ୍ଧାଳୁ ଓ ମାନସିକ ଧାରି ମାନେ ବିଭିନ୍ନ ଦେବା ଦେବୀଙ୍କ ଭେଷ ଧାରଣ କରି ପରିକ୍ରମା କରିଥିଲେ ।‌ ଯାତ୍ରା ଦେଖିବାକୁ ଆଖପାଖ ଶ୍ରଦ୍ଧାଳୁମାନଙ୍କ ସହ ଗାଁର ପ୍ରତି ଘରକୁ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ଆଗମନ ହେବା ସହ ଭିଡ଼ ଜମିଥିବା ବେଳେ ମନୋରଞ୍ଜନ ପାଇଁ ପ୍ରତ୍ୟେକ ରାତିରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଭିନ୍ନ ପୈରାଣିକ ନାଟକ ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ମୀନା ବଜାର ମଧ୍ୟ ବିଶେଷ ଆକର୍ଷଣ ପାଲଟିଥିଲା । ଏହି ଯାତ୍ରା ସମୟରେ ଗାଁ ସାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଗ୍ରାମବାସୀ ଓ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି।

Smart Computer Ad
You might also like
error: Content is protected !!