ମନ୍ଦିର ଉତ୍ତରପାର୍ଶ୍ୱ ପରିକ୍ରମା ରାସ୍ତା ନିର୍ମାଣରେ ବିଳମ୍ବ

ନୟାଗଡ, (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନିମନ୍ତେ ୨୦୨୨ ମସିହା ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ଏକ ଶହ କୋଟି ଟଙ୍କା ବ୍ୟୟ ବରାଦ କରି ବିଜ୍ଞପ୍ତି ପ୍ରକାଶ କରି ବିଭିନ୍ନ ଠିକାଦାର ମାନଙ୍କ ଦ୍ୱାରା କାମ ଆରମ୍ଭ କରିଥିଲେ କିନ୍ତୁ ନିର୍ମାଣର ଅବିଧି ତତ୍କାଳୀନ ମୁଖ୍ୟମନ୍ତ୍ରୀ ୧୮ ମାସ ସମୟ ଧାର୍ଯ୍ୟ କରିଥିଲା ବେଳେ ବର୍ତ୍ତମାନ ୨୭ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତ ଠିକାଦାରଙ୍କର କିଛି କିଛି କାମ ବାକି ରହିଥିଲା ବେଳେ ମହାନଦୀ ଦକ୍ଷିଣ ପାର୍ଶ୍ଵ ମାଳବନ୍ଧକୁ ଲାଗି ମନ୍ଦିର ପଶ୍ଚିମ ଦ୍ୱାର ଠାରୁ ମନ୍ଦିର ପାହାଡ଼ ତଳ ଭାଗ ନଦୀ ଭିତରେ ସାତ ମିଟର ଓସାରରେ ପ୍ରସ୍ଥlବିତ ଏକ ପରିକ୍ରମା ରାସ୍ତା ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ସୂଚନା ଯୋଗ୍ୟ ଏହି ଯେ,, ଏହି ପରିକ୍ରମା ରାସ୍ତା ପଶ୍ଚିମ ପାହାଚ ଠାରେ ଥିବା ମହାନଦୀ ଦକ୍ଷିଣ ପାର୍ଶ୍ଵ ମାଳବନ୍ଧ ସହିତ ସଂଯୋଗ ହୋଇ ମନ୍ଦିର ଉତ୍ତର ଦ୍ୱାର ଥିବା ରାସ ମଣ୍ଡପ ପୂର୍ବ ଦ୍ୱାର ଠାରେ ଶେଷ ହେବ ବୋଲି ନକ୍ସାରେ ଉଲ୍ଲେଖ ଅଛି କିନ୍ତୁ ଇତି ମଧ୍ୟରେ ଦୀର୍ଘ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନଥିବା ଶୁଣାଯାଉଛି । ଏହି ପରିକ୍ରମା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ ଯାତ୍ରୀ ଓ ପର୍ଯ୍ୟଟକ ମାନେ ମହାନଦୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ମନ୍ଦିର ପାହାଡ଼ ତଳେ ଥିବା ଶ୍ରୀ ନୀଳମାଧଵ ରୁ ଶ୍ରୀ ଜଗନ୍ନାଥ” ରୂପାନ୍ତର ” ମିୟୁଜିଅମ ଦର୍ଶନ କରିପାରିବେ । ଏହି ପରିକ୍ରମା ରାସ୍ତା ନିର୍ମାଣ ବିଳମ୍ବ ସମ୍ପର୍କରେ ନୟାଗଡ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରୀତମ ଚେତନ ପୋଥାଳ ଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଲେ ଯେ ଏହାର ଫାଇଲ ସରକାରଙ୍କ ପାଖରେ ଥିଲା ଓ କୌଣସି କାରଣରୁ ଉକ୍ତ ଫାଇଲ ଫେରି ଆସିଛି ।
