ହେଲି ପ୍ୟାଡ଼ ନିର୍ମାଣରେ ନିମ୍ନ ମାନର କାମ : ଅବତରଣ ପରେ ଉଠିଲା ବେଳେ ବାମ ପଟ ଚକା ୬ ଇଞ୍ଚ ଦବିଲା
ନୟାଗଡ, (ପ୍ରଭାକର ଶିରୋମଣି):- ଆସନ୍ତା ୨୪ ତାରିଖ ରେ ନୟାଗଡ ଜିଲ୍ଲା ନୀଳମାଧଵ ପୀଠ କଣ୍ଟିଲୋ କୁ ଦର୍ଶନ ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ସମ୍ପ୍ରତି କଣ୍ଟିଲୋ ଓ ନିକଟସ୍ଥ ବିଶ୍ୱାବସୁ ଶବର ରାଜା ଜନ୍ମପୀଠ ଚଳ ଚଞ୍ଚଳ ହୋଇ ପଡିଛି । ଏଥି ସହିତ ଆଇନ ଶୃଙ୍ଖଳାକୁ କଡାକଡ଼ି କରାଯାଇଛି ଓ ଏଥିପାଇଁ ଆଜି ଶୁକ୍ରବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ କଣ୍ଟିଲୋ ପଲଟନ ପଡିଆ ଉପରେ ହେଲି କପଟର କିଛି ସମୟରେ ପଇଁତରା ମାରି ପ୍ରା୍କ ପ୍ରସ୍ତୁତି କରିଥିଲା କିନ୍ତୁ କିଛି ସମୟ ପରେ ତଳକୁ ଅବତରଣ କରିଥିଲା ଓ ଉପରକୁ ଉଠିଲା ସମୟରେ ବାମ ପଟ ଚକା ପ୍ରାୟ ୬ ଇଞ୍ଚ ମାଟି ତଳକୁ ପଶି ଯାଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ ଡେମୋ ପାଇଁ ଆସିଥିବା ଏହି ହେଲି କପଟର ରେ ରାଷ୍ଟ୍ରପତିଙ୍କର ୪ ଜଣ ସୁରକ୍ଷା ଅଧିକାରୀ ଓ଼ଲ୍ଳେଇବାର ଦେଖା ଯାଇଥିଲା । ଏ ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଗୁଞ୍ଜରଣ ଶୁଣିବାକୁ ମିଳିଥିଲା । ବିଶେଷତଃ ହେଲିପ୍ୟାଡ଼ ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକା ନେଇଥିବା ବ୍ୟକ୍ତି ସଠିକ ଭାବରେ କାମ ନକରି ଭବିଷ୍ୟତରେ ସମସ୍ତଙ୍କୁ ବିପଦରେ ପକାଇବାକୁ ଯାଉଥିବା ଅପଚେଷ୍ଟାକୁ ଶ୍ରୀ ନୀଳମାଧଵ ସହାୟତା କରିଲେ ବୋଲି ଲୋକମୁଖରୁ ଶୁଣାଯାଏ । ଅପର ପକ୍ଷରେ ନିମ୍ନ ମାନ ର କାମ ଯୋଗୁ ଅନୁସନ୍ଧାନ କରି ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।