ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନଦିବସ ପାଳନ

ବୁଗୁଡା, (ସୋରେନ କୁମାର ପ୍ରଧାନ):- ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ବ ବନ ଦିବସ ପାଳନ ହୋଇଯାଇଛି। ବିଶ୍ବ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ ସଚେତନତା ସଭା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥ୍ୟ ଭାବେ ଏସିଏଫ ରଜତ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବନ ବିଭାଗ କର୍ମଚାରୀ ଶୁଳପାଣି ଶତପଥୀ ଯୋଗଦେଇଥିଲେ । ଚଳିତ ବର୍ଷର ସନ୍ଦେଶ ଥିଲା ” ବନ ଓ ଖାଦ୍ୟ ” । ବହୁ ଆଦିମ କାଳରୁ ମାନବ ସମାଜ ଖାଦ୍ୟ ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥ‌ିବା ବେଳେ ବର୍ତ୍ତମାନ ମଧ୍ଯ ଆଦିବାସୀ ଜନଜାତି ଲୋକମାନେ ବନରୁ ଖାଦ୍ୟ ସଂଗ୍ରହ କରୁଛନ୍ତି। ସେମାନେ ମଧ୍ୟ ବହୁ ଉପାଦେୟ ବନଖାଦ୍ୟ ଗ୍ରାମ ଓ ସହରରେ ବିକ୍ରି କରୁଛନ୍ତି। ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ରଙ୍କ ସମେତ ମୁଖ୍ୟ ଅତିଥ୍‌ ଏସିଏଫ ଶ୍ରୀ ମିଶ୍ର ଓ ମୁଖ୍ୟ ବକ୍ତା ଶ୍ରୀ ଶତପଥୀ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ରୋକିବା ନେଇ ବକ୍ତବ୍ୟ ରଖୁଥିଲେ। ଏଥିସହ ପ୍ରତ୍ୟେକ ଜନସାଧାରଣ ପ୍ରତ୍ୟେକ ବର୍ଷ ଗଛଟିଏ ଲଗାଇ ସେହି ଗଛକୁ ବଞ୍ଚାଇ ବଢ଼ିବାକୁ ନିଶ୍ଚିତ କରିବାକୁ ପରାମର୍ଶ ଦେବା ସହ ଜଙ୍ଗଲ ତଥା ବୃକ୍ଷର ଉପକାରୀତା ବିଷୟ ନେଇ ବକ୍ତବ୍ୟ ରଖିଥିଲେ। ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପିପୁଲସ କଲେଜ ଛାତ୍ରଛାତ୍ରୀ ବୃନ୍ଦ ଶପଥ କରିଥିଲେ। ବନପାଳ, ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

You might also like
error: Content is protected !!