ଜିଲ୍ଲାପାଳଙ୍କ ଅଚାନକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ) -: ଅବ୍ୟବସ୍ଥାରେ ଚାଲିଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ। ଛାନିୟା ହେଲେ କର୍ମଚାରୀ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ବିଜୟ କୁମାର ଦାସ। ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ ବିଷୟରେ ଗୋଟି ଗୋଟି କରି ତନଖି କରିଥିଲେ ଜିଲ୍ଲାପାଳ। ସୂଚନା ଅନୁସାରେ ପରିଦର୍ଶନ କରି ପ୍ରଥମେ ବାହ୍ୟ ବିଭାଗ ଯାଇ କର୍ମଚାରୀଙ୍କ ଉପସ୍ଥିତ, ଔଷଧ ବିତରଣ କେନ୍ଦ୍ର ଏବଂ ଉପସ୍ଥାନ ଖାତା ବହିକୁ ଦେଖିଥିଲେ। ଯେଉଁମାନେ ଅନୁପସ୍ଥିତ ରହିଥିଲେ ଏବଂ ଉପସ୍ଥିତ ରହି ସ୍ୱାକ୍ଷର କରିନଥିଲେ ସେମାନଙ୍କ ଉପସ୍ଥାନ ଖାତାରେ ଅନୁପସ୍ଥିତ ଜାହିର କରିଥିଲେ। ଉପସ୍ଥିତ ଦାକ୍ତର ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେଠାରୁ ଅନ୍ତ ବିଭାଗରେ ଯାଇ ଗର୍ଭବତୀ,ପ୍ରସୂତି ମହିଳା ଓ ରୋଗୀ ମାନଙ୍କୁ ସାକ୍ଷାତ କରି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ପରିଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ, ନିଯୁକ୍ତି ପାଇଥିବା ଦାକ୍ତରଙ୍କ ଅନୁପସ୍ଥିତ ଏବଂ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ ଅବ୍ୟସ୍ତାରେ ଚାଲୁଥିବା ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଲେ ସ୍ଥାନୀୟ ଲୋକେ। ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଦେଖି କ୍ଷବ ପ୍ରକାଶ କରିଥିବା ଜଣା ପଡ଼ିଛି।

You might also like
error: Content is protected !!