ନେତାଜୀ ସୁବାଷ ବୋଷ ସ୍ନାତକ ମହାବିଦ୍ୟାଳୟ ଠାରେ ପାଠ୍ୟଚକ୍ର
ତୁମୁଡିବନ୍ଧ : ୧୯.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ] ଗତକାଲି ନେତାଜୀ ସୁବାଷ ବୋଷ ସ୍ନାତକ ମହାବିଦ୍ୟାଳୟ ର କଳା ବିଭାଗ ତରଫରୁ “ ଶ୍ରୀ ରାଧା “ ଏକ ଅନୁଶୀଳନ ବିଷୟରେ ଏକ ପାଠଚକ୍ର ଆୟୋଜନ କରାଯାଇଥିଲା |ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ବିଶେଶ୍ବର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଭୁତି ଭୂଷଣ ଆଚାର୍ଯ୍ୟ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟାପକ ଯୋଗଦାନ କରିଥିଲେ |ଏହା ସହିତ
କଲେଜ ର ଅଧ୍ୟାପକ ରମେଶ ଚନ୍ଦ୍ର ଦିଗାଳ, ସୁଶାନ୍ତ ସୁନା, ରୀନା ମହାନ୍ତି, ସ୍ଵାଗତିକା ସାହୁ, ସୁନିତା ମଲିକ, ମଧୁସୂଦନ ମହାଲିକ, ଦୀପ୍ତି ରଞ୍ଜନ ଦିଗାଳ, କ୍ରିଷ୍ଣା ବେହେରା, ତାପସ କୁମାର ପଣ୍ଡା ପାଠ୍ୟଚକ୍ର ରେ ଉପସ୍ଥିତ ଥିଲେ |ସମସ୍ତ ଛାତ୍ରଛାତ୍ରୀ ଏହି କାଯ୍ୟକ୍ରମ ରେ ଭାଗ ନେଇଥିଲେ | ପରିଶେଷ ରେ ଅଧ୍ୟାପକ ଶ୍ରୀ ସୁଶାନ୍ତ ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ |