ସମୀକ୍ଷା 

ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ପାଇଁ ଆସନ୍ତା ୨୪ ତାରିଖ ରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଚୂଡାନ୍ତ ସମୀକ୍ଷା କରିବା ପାଇଁ ଆଜି ବୁଧବାର  ନୟାଗଡ ଜିଲ୍ଲାର ସମସ୍ତ ବିଭାଗ ମୁଖ୍ୟ ଅଧିକାରୀ   ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କ ନେତୃତ୍ୱରେ କଣ୍ଟିଲୋ ମନ୍ଦିର ପରିସର ଓ ପାରିର୍ଶ୍ଵିକ ସ୍ଥାନ ତଥା  ଆଗମନ ଓ ପ୍ରସ୍ଥାନର   ସ୍ଥିତି ସମୀକ୍ଷା କରିଥିଲେ. । ଏହି ସମୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲା ପାଳ ରୋଜାଲିନ ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପଣ୍ଡା ,ଖଣ୍ଡପଡା ଥାନା ଉପଖଣ୍ଡ  ଅଧିକାରୀ ମନ ମୋହନ ପ୍ରଧାନ. ଖଣ୍ଡପଡ଼ା ତହସିଲଦାର ବିଶ୍ଵ ବିସ୍ତୃତ ତ୍ରିପାଠୀ,ବିଡ଼ିଓ ଅଙ୍କୁର ଅଭିଳାଷ,  ଜଳସମ୍ପଦ  ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରିତମ ଚେତନ  ପୋଥାଳ,କଣ୍ଟିଲୋ ସହକାରୀ ଯନ୍ତ୍ରୀ ଇଂ  ରାମମୋହନ ବେହେରା ଏବଂ ଓଡିଶା ସେତୁ ନିର୍ମାଣ ନିଗମ ପ୍ରକଳ୍ପ ମୁଖ୍ୟ ଇଂ  ଚୈତନ ପ୍ରସାଦ ମାଝୀ , ନିଗମ ସାଧାରଣ  ପରିଚାଳକ ପ୍ରକାଶ କୁମାର ମିଶ୍ର, କଣ୍ଟିଲୋ ମନ୍ଦିର  ବିକାଶ ପ୍ରକଳ୍ପ ପରିଚାଳକ  ଇଂ ଭକ୍ତ ହରି ଜେନା ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ମନ୍ଦିର ଉପରେ ଉପସ୍ଥିତ ରହି ଆଲୋଚନା ମାଧ୍ୟମରେ  ମନ୍ଦିରରେ ରଙ୍ଗ ମାରିବା ସହ ପରିଷ୍କାର ପରିଛନ ରଖିବାକୁ ଦେବୋତ୍ତର ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ଓ ପୂଜକ ସମାଜ ସଭାପତି ମନୋଜ ମିଶ୍ର ଓ ସମ୍ପାଦକ ହୃଷିକେଶ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ ।  ଏହା ସହିତ  ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଲିଫ୍ଟ ବ୍ୟବସ୍ଥା କୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ । ଯାହା ସବୁ କାମ ବାକି ରହିଛି ତାହାକୁ ଭଲରେ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାଧବଙ୍କ ମନ୍ଦିର ପରିକ୍ରମା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର କୁ ଆସୁଥିବା ଭକ୍ତ ମାନେ ପ୍ରସାଦ ସେବନ କରିବା ପରେ ଖଳିପତ୍ରକୁ ଲିଫିଟ ପାଖରେ ନ ପକେଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

You might also like
error: Content is protected !!