ବନାଗ୍ନି ରୋକିବାକୁ ବନ ବିଭାଗ ର ଅଭିନଵ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଉପାନ୍ତ ଅଞ୍ଚଳ ରେ ଜନ ସଚେତନ
ବାଲିଗୁଡା, ୧୮.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ]ବନାଗ୍ନୀ ନିରାକରଣ ପାଇଁ ବନ ବିଭାଗ ର ଅଭିନଵ ପ୍ରୟାସ | ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ | ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବ ଧାନରେ ଫରେଷ୍ଟର ଯୋଗେଶ୍ୱର ଧାରୁଆ ଇନଚାର୍ଜ ଫରେଷ୍ଟର ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସମସ୍ତ ବିଟ ଫରେଷ୍ଟର ଗାର୍ଡ ଙ୍କ ଉପସ୍ଥିତି ରେ ବ୍ରାହ୍ମଣୀ ଗାଁ ବନାଞ୍ଚଳ ର ଗଦାପୁର ସେକ୍ସନ ର ଶ୍ରମୁଲି ଓ କାଟିଙ୍ଗିଆ ସେକ୍ସନ ର ମିଞ୍ଜାପାଙ୍ଗା ଗାଁ ରେ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା | କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର
ମାନେ ନିଖୁଣ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କୁ ସଚେତନତା ର ବାର୍ତ୍ତା ବlଣ୍ଟିଥିଲେ |ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଙ୍ଗଲ ଆମର ମାଆ “ବେଶ ହୃଦୟସ୍ପର୍ଶୀ ହୋଇଥିଲା | ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ପର୍କ ରେ ସଚେତନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ |
