ମୋହନା ବ୍ରାହ୍ମଣ ସମାଜ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ରାହ୍ମଣ ସଂଘ ପକ୍ଷରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ସଂଘର ପୂର୍ବତନ ସଭାପତି ରମେଶଚ଼ନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ତ୍ଵରେ ଏକ ବୈଠକ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ବୈଠକରେ ଉପସ୍ଥିତ ମାନ୍ୟଗଣ୍ଯ ବ୍ୟକ୍ତିଙ୍କ ଆଲୋଚ଼ନା ପ୍ରକାରେ ବ୍ରାହ୍ମଣମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ସଂଘକୁ ପଞ୍ଜୀକରଣ କରିବା, ସଂଘ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ, ବ୍ରତ, ବିବାହ କରିପାରୁନଥିବା ଗରୀବ ବ୍ରାହ୍ମଣ ପରିବାରକୁ କିଛି ଆର୍ଥୀକ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା, ପ୍ରତ୍ୟେକ ମାସର ଶେଷ ରବିବାର ସଂଘର ବୈଠକ କରିବା, ସଂଘର ଲିପିବଦ୍ଧ ଲକ୍ଷ୍ୟ, ଉଦ୍ଦେଶ୍ୟ,ନୀତି ଓ ଆଦର୍ଶକୁ ମାନି ଚଳିବା, ବ୍ରାହ୍ମଣର ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହା ଉଦ୍ଦେଶ୍ୟରେ ଉପସ୍ଥିତ ବ୍ରାହ୍ମଣ ଦେବତାମାନେ ଶପଥପାଠ କରିଥିଲେ। ବୈଠକରେ ୭୦ରୁ ଉର୍ଦ୍ଧ୍ଵ ବ୍ରାହ୍ମଣଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଓକିଲ ସନ୍ତୋଷ କୁମାର ପାଢ଼ୀ ମନୋନୀତ ହୋଇଥିବା ବେଳେ ଉପସଭାପତି ମନ୍ମଥ ମିଶ୍ର,ସମ୍ପାଦକ ଅମିତ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଆଲୋକ କିଶୋର ନାୟକ, କୋଷାଧ୍ୟକ୍ଷ ସୁଧାଶୁଂ ଶେଖର ପାଣିଗ୍ରାହୀ, ସ୍ୱତନ୍ତ୍ର ଅତିଥି ବରିଷ୍ଠ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ପଞ୍ଚାନନ ଦାଶ, ଉପଦେଷ୍ଟା ରମେଶ ଚନ୍ଦ୍ର ମହାପାତ୍ର,ଦିବାକର ପାଢ଼ୀ, ପୁରୋହିତ ଶିବଶଙ୍କର ପଣ୍ଡା, ଗୋକୁଳ ଚନ୍ଦ୍ର ରଥ, ରବିନ୍ଦ୍ର ଦାଶ, ଶରତ ଚନ୍ଦ୍ର ସାବତ, ଅଂଶୁମାନ ପଣ୍ଡା ଓ ସଂଘର ସଦସ୍ୟଭାବେ ଚିନ୍ତାମଣି ମିଶ୍ର,ନିଳାଞ୍ଚଳ ସାହୁ, ରବିନ୍ଦ୍ର ନାରାୟଣ ପାଢ଼ୀ, ରଘୁନାଥ ପାଣିଗ୍ରାହୀ,ପ୍ରଶନ୍ନ ପଶୁପାଳକ, ଗଗନ ପାଳ, ଜିତେନ୍ଦ୍ର ପାଣିଗ୍ରାହୀ, ପୂର୍ଣଚନ୍ଦ୍ର ସାବତ,ସନ୍ତୋଷ ଚ଼ନ୍ଦ୍ର ଚୌଧୁରୀ ସଂଘର ନୂତନ କର୍ମକର୍ତ୍ତା ଭାବେ ମନୋନୀତ ହୋଇଥିଲେ। ଶେଷରେ ସମସ୍ତ ବ୍ରାହ୍ମଣ ଦେବତା ପ୍ରସାଦ ସେବନ କରିଥିଲେ।