ରାଷ୍ଟ୍ରପତି ଙ୍କ ଗସ୍ତ ୨୪ ରେ : ଲିଫ୍ଟ ର ସଂଯୋଗ ପ୍ରାଚୀର ନିର୍ମାଣ ହେଉନି

ନୟାଗଡ,(ପ୍ରଭାକର ଶିରୋମଣି):-    କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋର ବିକାଶ ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ବେଳେ ମନ୍ଦିର ପାହାଡ଼ ଉପରକୁ  ସଂଯୋଗ କରୁଥିବା ନୂତନ ଲିଫ୍ଟ କାର୍ଯ୍ୟ  ଶେଷ ଅବସ୍ଥା ରେ ରହିଥିବା ଦେଖାଯାଇଛି l ସୂଚନା ଯୋଗ୍ୟ, ଆସନ୍ତା ୨୪ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳମାଧଵ ଦର୍ଶନରେ କଣ୍ଟିଲୋ ଆସୁଥିବାରୁ ଉକ୍ତ ଲିଫ୍ଟ ଯୋଗେ ମନ୍ଦିର ଉପରକୁ ଯିବାର ସମ୍ଭାବନା ରହିଛି କିନ୍ତୁ ଲିଫ୍ଟରୁ  ଓହ୍ଲାଇବା ପାଇଁ ମନ୍ଦିର ପଶ୍ଚିମ ଦ୍ୱାରଠାରେ ଥିବା ଏକ ପୁରାତନ ପ୍ରାଚୀର ଭଗ୍ନ ଅବସ୍ଥା ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ମରାମତି ହୋଇ ନଥିବାରୁ ବଂଶଲ ଇନଫା ପ୍ରୋଜେକ୍ଟ କମ୍ପାନୀ ପକ୍ଷରୁ  ଅବଶିଷ୍ଟ କାର୍ଯ୍ୟ ହୋଇ ପାରୁ ନଥିବା ପ୍ରକଳ୍ପ ପରିଚାକକ ଇଂ ଭକ୍ତ ହରି ଜେନା ଙ୍କ ଠାରୁ ପ୍ରକାଶ l ଅପର ପକ୍ଷରେ ରାଜ୍ୟ ପ୍ରତ୍ନ ତତ୍ୱ ବିଭାଗ କର୍ତ୍ତ୍ତୃପକ୍ଷ ଗତ ଦୁଇ ମାସ ତଳେ ମନ୍ଦିର କୁ ଆସି ଏହାକୁ ସମୀକ୍ଷା କରିଥିଲେ ମଧ୍ୟ  ସଂଲଗ୍ନ ପ୍ରାଚୀର ଭାଙ୍ଗିବାକୁ ଅନୁମତି ଦେଇ ନଥିବାରୁ କାମ ହେଉ ନଥିବା କହିଥିଲେ l. ଏ ସମ୍ପର୍କରେ ଗତ ମଙ୍ଗଳବାର ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମନ୍ଦିର ପରିଦର୍ଶନ କରିବା ସମୟରେ ଏହି ଭଗ୍ନ ପ୍ରାଚୀର ନିର୍ମାଣ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

You might also like
error: Content is protected !!