ଦୟଣା ଚୋରୀ ବଗିଚାକୁ ବିଜେ କଲେ ଶ୍ରୀ ମଦନ ମୋହନ

ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ଫାଲ୍ଗୁନ ଶୁକ୍ଳ ଦଶମୀ ତିଥି ଠାରୁ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ପବିତ୍ର ଦୋଳ ଉତ୍ସବ ଆରମ୍ଭ ହୋଇଛି l ଏହି ଅବସରରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନଙ୍କୁ  ମଙ୍ଗଳବାର ସନ୍ଧ୍ୟା ଆଳତୀ ପରେ ଦୟଣା ଚୋରୀ ବଗିଚାକୁ ସୁସଜ୍ଜିତ ମଣି ବିମାନରେ ବିଜେ କରାଯାଇଥିଲା l ସେଠାରେ ପୂର୍ବ ପରମ୍ପରା ଅନୁସାରେ  ଚଣା, ଖଜା ଓ ଆମ୍ବ ରୀତି ନୀତି ଅନୁଯାୟୀ ପୂଜା କରାଯିବା ପରେ ଚନ୍ଦନ ମିଶ୍ରିତ ଫଗୁ ଠାକୁରଙ୍କ ଶରୀରରେ ପ୍ରଲେପ କରାଯାଇଥିଲା ଓ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଫଗୁ ଖେଳ ଆରମ୍ଭ ହୋଇଥିଲା l  ସୂଚନା ଯୋଗ୍ୟ ପରମ୍ପରା ଅନୁସାରେ ପ୍ରତି ଵର୍ଷ ଫଗୁ ଦଶମୀ ଠାରୁ ଦୋଳ ପୂର୍ଣ୍ଣି୍ମା ପର୍ଯ୍ୟନ୍ତ  ବିଭିନ୍ନ କାର୍ଯ୍ୟକ୍ରମ ତଥା ହୋଲି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥାଏ ଓ ୪ ଦିନ ପର୍ଯ୍ୟନ୍ତ ଶ୍ରୀ ମଦନ ମୋହନ  ଶ୍ରୀ ଜୀଉ ପରମ୍ପରା ଅନୁଯାୟୀ ସିଂହ ଦ୍ୱାର ନିକଟରେ ଥିବା ଦୟଣା ଚୋରୀ ବଗିଚାକୁ ବିଜେ ହୋଇଥାନ୍ତି l ଦୋଳ ପୂର୍ଣ୍ଣିମାରେ  ଦୋଳ ମଣ୍ଡପ ରେ ଦୋଳିରେ ଲକ୍ଷ୍ମୀ ସରସ୍ବତୀ ଙ୍କ ଗହଣ ରେ ବିଜେ ହେବାର ପରମ୍ପରା ରହିଛି l 

You might also like
error: Content is protected !!