ସମବାୟ ସମିତି ସମ୍ମୁଖରେ ଗଣ ଧାରଣା 

ନୟାଗଡ,(ପ୍ରଭାକର ଶିରୋମଣି):-            କଣ୍ଟିଲୋ ୧୧ l ୩ ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ସମିତି ଅଧୀନରେ ଥିବା କଣ୍ଟିଲୋ ସେବା  ସମବାୟ ସମିତି ର ସମ୍ପାଦକ ଙ୍କ ମନମୁଖୀ କାର୍ଯ୍ୟ କଳାପ ରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଆଜି ୧୧ ତାରିଖ ଠାରୁ ସଭାପତି ଓ  ସମସ୍ତ ସଭ୍ୟ ସଭ୍ୟା ଧାରଣାରେ କାର୍ଯ୍ୟାଳୟ ସମୁଖରେ ବସି ରହିଥିଲେ କିନ୍ତୁ ୭ ଦିନ ପୂର୍ବରୁ ବିଭାଗୀୟ କର୍ମ କର୍ତ୍ତା ଙ୍କୁ ଏ ବିଷୟରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏହାକୁ କର୍ତ୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନଥିବା   ହେଉଛି l ସୂଚନା ଯୋଗ୍ୟ ଯେ ଆଜି ମଙ୍ଗଳବାର ଅପରାହ୍ନ ସୁଦ୍ଧା ନୟାଗଡ ଜିଲ୍ଲା ସେବା ସମିତି ପକ୍ଷରୁ କୌଣସି କର୍ତ୍ତ୍ତୃପକ୍ଷ ଧାରଣା ସ୍ଥଳକୁ ଆସି ନଥିବା ଜଣାଯାଇଛି l      

You might also like
error: Content is protected !!