ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଓଡ଼ିଶା ଜୀବିକା ମିଶନ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ପୃଥ୍ବୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ଲକ୍ଷ୍ମଣ ମୁର୍ମୁ,ନିର୍ବାହୀ ଅଧିକାରୀ, ପୌରପରିଷଦ ପାରଳାଖେମୁଣ୍ଡି, ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗଜପତି ଓ ଶ୍ରୀ ଟିମନ ଵାରା, ଜିଲ୍ଲା ପରିଚାଳକ ,ଓଡ଼ିଶା ଜୀବିକା ମିଶନ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ।ଏହି କର୍ମଶାଳାରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଏହି କର୍ମଶାଳାରେ ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଲକ୍ଷ୍ୟପତି ଦିଦି ହେବର ନିଜର ସଫଲତା କାହାଣୀ ବିଷୟରେ ଅବଗତ କରାଇଥିଲେ । କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇ ପାରିବେ ସେନେଇ ଉପଯୁକ୍ତ ପ୍ରଶିକ୍ଷଣ ଦେବା ସହ କର୍ମଶାଳାରେ ଆଲୋଚନା କରାଯାଇଛି । ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଲକ୍ଷପତି ଦିଦି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସଶକ୍ତ କରିବା ଓ ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀରେ ନିୟୋଜିତ ଥିବା ମହିଳା ଉଦ୍ୟୋଗି ମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତକରଣ କରି ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ଜୀବିକା,ସାମାଜିକ ସଚେତନତା ଏବଂ ଗ୍ରାମୀଣ ଗରିବ ମହିଳା ମାନଙ୍କୁ ସୁଦୃଢ କରିବା। ଏହି କର୍ମଶାଳାକୁ ଅଧିକ ଆକର୍ଷଣ କରିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ପରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ୩୦ ଜଣ ମହିଳା ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାର ସମ୍ବର୍ଦ୍ଧିତ କରାଯାଇଛି।ଆଜିର ଏହି କର୍ମଶାଳାରେ ଶ୍ରୀ ଭେଙ୍କଟ ଆଚାରୀ, ସହକାରୀ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଶ୍ରୀ ସୁଶାନ୍ତ ରଞ୍ଜନ ପଟ୍ଟନାୟକ, ଉପ ନିର୍ଦ୍ଦେଶକ, ଉଦ୍ୟାନ , ଶ୍ରୀ ସୁରେଶ ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ଶ୍ରୀ ସୁଭଳ ଜେନା ମଣି, ଡେପୁଟି ସିଇଓ ଓରମାସ, ଗଜପତି , ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

You might also like
error: Content is protected !!