ରାଷ୍ଟ୍ରପତି ଙ୍କ ପ୍ରା୍କ ଗସ୍ତ ପାଇଁ ଚଳ ଚଞ୍ଚଳ ନୀଳମାଧଵ ପୀଠ

 
      
    ନୟାଗଡ,(ପ୍ରଭାକର ଶିରୋମଣି):-

         
ଭାରତ ଵର୍ଷ ର ମହାମହିମ ରାଷ୍ଟ୍ରପତି ଓଡିଶା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ଶ୍ରୀ କ୍ଷେତ୍ର ର ଆଦିପୀଠ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ  ନୀଳ  ମାଧଵ ପୀଠ କଣ୍ଟିଲୋ କୁ ଦର୍ଶନ ଉଦ୍ଦେଶ୍ୟ ରେ ଚଳିତ ମାସ ୨୪ ତାରିଖରେ ଆସୁଥିବା ପ୍ରାକ ସୂଚନା ମିଳିବା ପରେ ନୟାଗଡ ଜିଲ୍ଲା ପ୍ରଶାସନ ଚଳ ଚଞ୍ଚଳ ହୋଇ ପଡ଼ିଥିବା ଜଣାଯାଇଛି l ରାଷ୍ଟ୍ରପତି ଙ୍କ ପ୍ରା୍କ ଗସ୍ତ ପାଇଁ ଚଳ ଚଞ୍ଚଳ ନୀଳମାଧଵ ପୀଠ
 ଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳବାର ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଆଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ     ଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନର  ପଦସ୍ଥ କର୍ମଚାରୀ ମାନେ କଣ୍ଟିଲୋ ପରିଦର୍ଶନ ଆସି ପ୍ରଥମେ କଣ୍ଟିଲୋ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚି ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ କଣ୍ଟିଲୋ ସ୍ଥିତ ଐତିହାସିକ ପଲଟନ ପଡିଆ ତଥା ମିନି ଷ୍ଟାଡିଅମ କୁ ଯାଇ ବର୍ତ୍ତମାନ ସ୍ଥିତି  ସମୀକ୍ଷା କରି ଥିଲେ l ଏହାପରେ ନୀଳମାଧବ ମନ୍ଦିର ଉପରକୁ ଯିବା ସଙ୍ଗେ ସଙ୍ଗେ ଉତ୍ତର ଦ୍ୱାର ଠାରେ ପ୍ରତିଷ୍ଠିତ ମିଉଜିଅମର ସ୍ଥିତି ପରୀକ୍ଷା କରିଥିଲେ l ପରିଦର୍ଶନ ସମୟରେ ମନ୍ଦିର ପଶ୍ଚିମ ଦ୍ୱାରରେ ନିର୍ମାଣଧୀନ ଲିଫ୍ଟ ଅନୁଧ୍ୟାନ କରିଥିଲେ ଓ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l 
            ଉଲ୍ଲେଖ ଯୋଗ୍ୟ,. ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ସଂସ୍କୃତି ର ମୂଳ ଉତ୍ସ ନିକଟସ୍ଥ କାଳିଆ ପଲ୍ଲୀ ଜଙ୍ଗଲ ମଧ୍ୟରେ ବାସ. କରିଥିବା ପୁରାତନ ସ୍ମୃତି ଛାଡି ଯାଇଥିବା   ବିଶ୍ୱାବସୁ, ଓ ଲଳିତା ଙ୍କ ଜନ୍ମ ମାଟି ପରିଦର୍ଶନ କରିବା ପାଇଁ ବ୍ୟବସ୍ଥା ଥିବାରୁ ଜିଲ୍ଲା ପାଳ ଶ୍ରୀ ଅଗ୍ରୱାଲ ଓ ଏସ ପି  ସୁ ଶ୍ରୀ କାଳିଆପଲ୍ଲୀ ପରିଦର୍ଶନ କରି ଲଳିତ ମାଧବ ଙ୍କୁ ଦର୍ଶନ କରିଥିଲେ l ଏହି ଅବସରରେ ରାଜ୍ୟ ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ରହି ନୀଳାମାଧବ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l 
         

You might also like
error: Content is protected !!