କସ୍ତୁରବା ସେଵିକା ମହାବିଦ୍ୟାଳୟ ରେ ବିଶ୍ଵ ନାରୀ ଦିବସ ପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
କସ୍ତୁରବା ସେଵିକା ମହାବିଦ୍ୟାଳୟ ରେ ବିଶ୍ଵ ନାରୀ ଦିବସ ପାଳନ ହୋଇଯାଇଛି। ଏହି ନାରୀ ଦିବସ ର ମୁଖ୍ୟ ବିଷୟ ଥିଲା “Rights,equality& empowerment “। ଆମ ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ଏହି ନାରୀ ଦିବସ ଉପଲକ୍ଷେ MKCG ମେଡିକାଲ ର ମହିଳା ଅସ୍ତ୍ରୋପଚାର ବିଭାଗ ରେ ଏକ ନାଟକ ପରିବେଷଣ କରିଥିଲେ। ଏହି ନାଟକ ମାଧ୍ୟମରେ କିପରି ନାରୀ ମାନେ ଏହି ସମାଜ ରେ ସମାନ ଅଧିକାର ପାଇପାରିବେ ତାହା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହି ଦିବସ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା Prof ସୁଜାତା ଶତପଥୀ,ନିର୍ଦ୍ଦେଶକ Er ସୁମନ କୁମାର ସେନାପତି ପରିଚାଳନା ସମ୍ପାଦକ Dr ଯଜ୍ଞ ନାରାୟଣ ଦାସ ଓ ଅନ୍ୟ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ। ବିଶ୍ଵ ନାରୀ ଦିବସ ଅତି ଶୃଙ୍ଖଳିତ ଏବଂ ନିରଳ ଭାବରେ ପରିଚାଳିତ ହୋଇ ଶେଷ ହୋଇଯାଇଥିଲା।

You might also like
error: Content is protected !!