ୱାର୍ଲ୍ସ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ
ବାଲିଗୁଡା, ୧୦.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ] : ୱାର୍ଲ୍ସ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀ ଶ୍ରେଣୀରେ ପାଠ ପଢୁଛନ୍ତି । ଆଦଭିକ୍ ୧ ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ । । ବିସ୍ମୟ କୁନି ବାଳକ ଆଦଭିକକୂ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି । ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦିଭିକ୍ ଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବନ୍ଧିତ କରିଛନ୍ତି । ସେପଟେ ପଟେ ପୁଅର ଏଭଳି ଟାଲେଣ୍ଡ ଏବଂ ସଫଳତାକୁ ନେଇ ବାପା ମା ବେସ୍ ଖୁସି ଥିବା ବେଳେ ଆଗକୁ ଆଦଭିକ୍ ଯେଭଳି ଅଧୂକ ସଫଳତା ହାସଲ କରିବ ଏବଂ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ନାଁ ରଖୂବ ସେନେଇ ଆମେ ଚେଷ୍ଟିତ ବୋଲି କହିଛନ୍ତି ଆଦଭିକ୍ ଙ୍କ ମା ପ୍ରିୟଙ୍କା ।