କଣ୍ଟିଲୋ ସେବା ସମବାୟ ସମ୍ପାଦକ ଙ୍କ ବିରୋଧ ରେ ଧାରଣା ୧୧ରେ
ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ୯ l ୩ ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରି ତାଙ୍କୁ ସ୍ଥାନାନ୍ତର କରିବାକୁ ସଭାପତି ମାଧବ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଲିଖିତ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ପ୍ରତିବାଦ କରି ଆସନ୍ତା ୧୧ ତାରିଖ ମଙ୍ଗଳବାସମ୍ମୁଖରେ ର ସକାଳ ୧୦ ଟାରେ କଣ୍ଟିଲୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ଜଣାଇଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ, ସମ୍ପୃକ୍ତ ସମ୍ପାଦକ ମନ ଇଚ୍ଛା କାମ କରିବା,. ସରକାରୀ ତଥ୍ୟ କାହାକୁ ନଜଣାଇବା, ସିସି କ୍ୟାମେରା ର ହିସାବ ନଦେବା,ପରିଚାଳନା କମିଟି ର ପ୍ରସ୍ତାବ କାର୍ଯ୍ୟକାରୀ ନକରିବା, ବାରମ୍ବାର କମିଟି ପକ୍ଷରୁ ଜଣାଇବା ସତ୍ୱେ ଗତ ୨୦୨୨ — ୨୩ ମସିହା ଧାନ ମଣ୍ଡି ର ହିସାବ ଦେଇ ନଥିବା ବେଳେ ଚଳିତ ବର୍ଷ ଧାନ ମଣ୍ଡି ସମ୍ବନ୍ଧରେ କାହାକୁ କିଛି ନଜଣାଇ ମନ ଇଚ୍ଛା ସମ୍ପାଦକଙ୍କ ଘରପାଖରେ ମଣ୍ଡି ଖୋଲିବା., ଧାନ ଆଦାୟ ପରିମାଣ ଓ ଆର୍ଥିକ ସ୍ଥିତି ନ ଜଣାଇବା ଭଳି ଗୁରୁତର ଅଭିଯୋଗ ମାନ ହୋଇଥିବା ଜଣା ଯାଇଛି l ଫଳରେ ସଭ୍ୟ ମାନଙ୍କ ମନରେ ଅସନ୍ତୋଷ ଓ ସନ୍ଦେହ ସୃଷ୍ଟି ହେଉଛି l ତେଣୁ ଏପରି ଏକ ଦାୟିତ୍ୱ ହୀନ ବିଭାଗୀୟ କର୍ମଚାରୀ ଏଠାରେ ରହିଲେ କୋଣସି କାର୍ଯ୍ୟରେ ସ୍ୱଚ୍ଛତା ଆସିବ ନାହିଁ ବୋଲି ମୟାଗଡ଼ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ମାଧବ ଚନ୍ଦ୍ର ସାହୁଙ୍କ ସମେତ ୧୫ ଜଣ ସଭ୍ୟ ଲିଖିତ ଅଭିଯୋଗରେ ଜଣାଇ ଛନ୍ତି l ଏହାର ପ୍ରତିବାଦ ରେ କାର୍ଯ୍ୟାଳୟ ସମ୍ମୁଖରେ ୧୧ ତାରିଖ ସକାଳ ୧୦ ଟା ସମୟରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ରେ ବସି ରହିବେ ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି l