ମା ‘ ଶୀତଳେଇ ଙ୍କ ୬ ଷ୍ଠ ତମ ଜନ୍ମ ବାର୍ଷିକୀ ପାଳିତ

ନୟାଗଡ,(ପ୍ରଭାକର ଶିରୋମଣି):-

 କଣ୍ଟିଲୋ ୯ l ୩ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ଦକ୍ଷିଣ ପାର୍ଶ୍ୱ ପାବଛ ଠାରେ ପ୍ରତିଷ୍ଠିତ ମା ‘ ଶୀତଳେଇ ଠାକୁରାଣୀ ଙ୍କ ଷଷ୍ଠ ତମ ଜନ୍ମ ବାର୍ଷିକୀ ଉତ୍ସବ ରବିବାର ପାଳିତ ହୋଇଯାଇଛି l ଏହି ଅବସରରେ  ଅଧିବାସ,.  କଳସ ଶୋଭା ଯାତ୍ରା ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏହି ଶୁଭ କାର୍ଯ୍ୟକ୍ରମରେ ଉମାକାନ୍ତ ସାହୁ ଓ ତାଙ୍କ ସହ ଧର୍ମିଣୀ କୁନି,  ରାଜେଶ କୁମାର ପ୍ରଧାନ ଓ ସହ ଧର୍ମିଣୀ    ବନାନୀ ଏବଂ କୀର୍ତ୍ତି ସ୍ୱରୂପ ଜେନା ଓ ସହଧର୍ମିଣୀ ମଧୁସ୍ମିତା  କର୍ତ୍ତା ଭାବରେ ଯୋଗ ଦେଇ ଯଜ୍ଞ କାର୍ଯ୍ୟରେ ଆହୁତି ପ୍ରଦାନ କରିଥିଲେ l ସ୍ଥାନୀୟ ମଝିସାହି ପାଟଣା ରାଧା ମୋହନ ଯୁବ କ୍ଲବ ସଭାପତି ଅଞ୍ଜନ କୁମାର ମହାରଣା ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ନାଥ ସାହୁ ( ବାପି ), ଚିନ୍ମୟ ଚୌଧୁରୀ, ପ୍ରଦୀପ କୁମାର ମହାରଣା, ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ସାହି ର ପିଲାମାନେ ଯୋଗ ଦେଇ ସହାୟତା କରିଥିଲେ l ଯଜ୍ଞର ପୁରୋଧା ଭାବେ କୃଷ୍ଣ ଚନ୍ଦ୍ର ଶତପଥୀ ଓ ବିଶ୍ୱନାଥ କର ଯୋଗ ଦେଇ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ l
       

You might also like
error: Content is protected !!