ବିଭୂତିଭୂଷଣଙ୍କୁ ୨୦୨୨_୨୩ ଯୁବ ରେଡକ୍ରସ୍ ରାଜ୍ୟ ସମ୍ମାନ
ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ କାଉନସେଲର ତଥା ଜିଲ୍ଲା ସଂଯୋଜକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ୨୦୨୨_୨୩ ବର୍ଷ ସକାଶେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଠାରୁ ଆଜି ରାଜଭବନ ଅଭିଷେକ ହଲ୍ ରେ ଯୁବ ରେଡକ୍ରସ୍
ପୁରସ୍କାର ଲଭିଛନ୍ତି।୨୦୧୩ରୁ ସେ କାଉନସେଲର ରହି ମାନବ କଲ୍ୟାଣରେ ନିଜକୁ ସର୍ବଦା ନିୟୋଜିତ ରଖି ଆସିଛନ୍ତି। ଶ୍ରେଷ୍ଠ କାଉନସେଲର ଭାବେ ତାଙ୍କୁ ଏହି ସମ୍ମାନ ମିଳିଛି।