ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା(ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରହରାଜ ସଭାପତିତ୍ବ କରିଥିବା ବେଳେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ନୂଆସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଣୁକାବତୀ ସାହାଣୀ, ସିଆରସିସି ସୌଦାମିନୀ ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ” ଆମ ସଂସ୍କୃତି ଓ ଆମଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ ଖେଳନା” କାର୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଓ ମାନସିକ ଅଭିବୃଦ୍ଧି ରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ପ୍ରମିଳା ବଳିଆରସିଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେକଳେ ସୁଦୀପ୍ତା ମହାପାତ୍ର ସଭା ପରିଚାଳନା କରିଥିଲେ l ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ବିଦ୍ୟାଳୟ ର ସଭାପତି ସୁମିତ୍ରା ବେହରଦଳାଇ ଙ୍କ ସମେତ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଶତପଥୀ, ମିନାକ୍ଷୀ ତ୍ରିପାଠୀ, ସବିତା ମହାନ୍ତି, ରଞ୍ଜନ କୁମାର ପାଣିଗ୍ରାହୀ, ମୋହିନୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୁଦୀପ୍ତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

You might also like
error: Content is protected !!