କଣ୍ଟିଲୋରେ ଆଇନ ସଚେତନତା ଶିବିର ଅନୁଷ୍ଠିତ 

ନୟାଗଡ, ( ପ୍ରଭାକର ଶିରୋମଣି ):- ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ଫାଣ୍ଡି ପକ୍ଷରୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସଭା ଗୃହରେ ଗୁରୁବାର ସନ୍ଧ୍ୟା ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଦେଶ ରେ ନୂତନ କରି ଚାଲିଥିବା ଆଇନ ର ବିଭିନ୍ନ ଦିଗ ଓ ଧାରା ଉପରେ ଯେଉଁ ପରିବର୍ତ୍ତନ ହୋଇଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଶେଷତଃ ତତକାଳୀନ ଇଂରେଜ ସରକାର ଙ୍କ ୧୮୬୦ ଆଇନ କୁ ୨୦୨୩ ରେ ପରିବର୍ତ୍ତନ କରାଯାଇଥିଲା । ଅପର ପକ୍ଷରେ ଦେଶ ସ୍ୱାଧୀନତାର ଦୀର୍ଘ ବ୍ୟବଧାନ ପରେ ଆଇ ପି ଏସ ବଦଳ ରେ ନାଗରିକ ମାନଙ୍କ ସୁରକ୍ଷା ଦିଗରେ ଆଇନକୁ ସରଳି କରଣ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ଦାସ ଉପସ୍ଥିତ ନାଗରିକ ମାନଙ୍କୁ ବୁଝାଇ ଥିଲେ । ବିଶେଷତଃ ନୂଆ କରି ପାରିବର୍ତ୍ତିତ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ସଂହିତାର ବିଭିନ୍ନ ଦିଗ ଉପରେ ସମସ୍ତ ଙ୍କୁ ଅବଗତ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା ଓ ବିଳମ୍ବିତ ନ୍ୟାୟ କୁ ତ୍ୱରାନ୍ୱିତ କରିବା ପାଇଁ ନୂଆ ଆଇନ ରେ ଉଲ୍ଲେଖ ଥିବା ଆଲୋଚନା କରାଯାଇଥିଲା ।

କଣ୍ଟିଲୋରେ ଆଇନ ସଚେତନତା ଶିବିର ଅନୁଷ୍ଠିତ 

ଏହା ଉପରେ ଉପସ୍ଥିତ ବରିଷ୍ଠ ନାଗରିକ ଯୁଗଳ କିଶୋର ନାୟକ, ଶରତ ଚନ୍ଦ୍ର ମହାରାଣା, ପ୍ରଭାକର ଶିରୋମଣି. ଓ ଶ୍ରୀପତି ମହାରଣା ପ୍ରମୁଖ ଆଇନ ନୂଆ ଧାରାର ବିଭିନ୍ନ ଦିଗ ଉପରେ  ତର୍ଜମା କରିଥିଲେ । ଏହି ସଚେତନତା ଶିବିରରେ କଣ୍ଟିଲୋ ଫାଣ୍ଡି ସହକାରୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଓ କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ନୂଆ ଆଇନ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକେ ନ୍ୟାୟ ପାଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ପରିଶେଷରେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ଶ୍ରୀୟାରାଣୀ ବେହେରା ଦେଶ ର  ନୂତନ ଆଇନ କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!