ଅଚଳା ଅବସ୍ଥା ରେ ବସୁଧା ଯୋଜନାରେ ନିର୍ମାଣ ୨ ଟି ପାଣି ଭଣ୍ଡାର ।

ଅଚଳା ଅବସ୍ଥା ରେ ବସୁଧା ଯୋଜନାରେ ନିର୍ମାଣ ୨ ଟି ପାଣି ଭଣ୍ଡାର ।

କୁକୁଡାଖଣ୍ଡି, (ଇ. ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ପଂଚାୟତର ଗୁଣ୍ଠବନ୍ଧ ଏବଂ ଅନନ୍ତାଇ ପଂଚାୟତ ଶିବ ମନ୍ଦିର ପାର୍ଶ୍ୱରେ ସରକାରଙ୍କ ପକ୍ଷରୁ ବସୁଧା ଯୋଜନା ଦ୍ୱାରା ଜଳ ଭଣ୍ଡାର ଗ୍ରାମାଞ୍ଚଳର ଲୋକଙ୍କୁ ସୁଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ସରକାରଙ୍କ ପଂଚାୟତ ରାଜ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସରକାରଙ୍କ ତହବିଲ ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ବେଳେ ଗୁଣ୍ଠବନ୍ଧ ଗ୍ରାମର ୭୫ ହଜାର ଲିଟର ଏବଂ ଅନନ୍ତାଇ ଗ୍ରାମର ୧ ଲକ୍ଷ ବିଶିଷ୍ଟ ପାଣି ଭଣ୍ଡାର ନିର୍ମାଣ କୁ ଦୀର୍ଘ ୩ ବର୍ଷ ରୁ ଉର୍ଦ୍ଧ ଧରି କାର୍ଯ୍ୟ ହୋଇଥିବା ବେଳେ ତାହା ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ନହୋଇ ଅଚଳା ଅବସ୍ଥା ରେ ପଡିରହିଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଗୁଣ୍ଠବନ୍ଧ ଠାରେ ନିର୍ମାଣ ହୋଇଥିବା ପାଣି ଭଣ୍ଡାର ବିଦ୍ୟୁତ ଟ୍ରାନ୍ସଫର ନିକଟରେ ଥିବା ବେଳେ ବିଦ୍ୟୁତ ସଂଯୋଗ ନହୋଇ ପଡିରହିଛି । ଏବଂ ଟାଙ୍କିର ପମ୍ପ ଗୃହ ଏବଂ ଚତୁର୍ପାଶ୍ୱ ର ପାଚେରୀ ନିମ୍ନମାନ କାର୍ଯ୍ୟ ହେଇଥିବାରୁ ଧିରେ ଧିରେ ତାହାର ଅସ୍ତିତ୍ବ ନଷ୍ଟ ହୋଇ ଭଗ୍ନଅବସ୍ଥା ରେ ପହଂଚିଛି ।

ଅଚଳା ଅବସ୍ଥା ରେ ବସୁଧା ଯୋଜନାରେ ନିର୍ମାଣ ୨ ଟି ପାଣି ଭଣ୍ଡାର ।

ନିକଟସ୍ଥ ଜନପ୍ରତିନିଧି ମାନଙ୍କ ଜଳ ଯୋଗାଣ ଇଚ୍ଛା ଶକ୍ତି ଅଭାବ ରୁ ପାଣିର ଘୋର ଅଭାବ ଦେଖାଦେଇଛି । ଲୋକଙ୍କ କହିବା ଅନୁଯାଇ ଦୈନିକ ଅଧ ଘଣ୍ଟା ପାଣି ଆସୁଥିବା ବେଳେ କେବେ ମଟରର ଯାନ୍ତ୍ରିକ ତ୍ରୁଟି ଥିଲେ ତାହା ବି ଜମା ରୁ ପାଣି ଆସୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଥିବା ଗାଁ ବାସିନ୍ଦା କହିଛନ୍ତି । ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ମିଶନ ଏଠାରେ ବିଫଳ ହୋଇଥିବା ବେଳେ କତୃପକ୍ଷଙ୍କ ଦୀର୍ଘ ବର୍ଷ ଧରି ନିଜସ୍ୱ ଇଚ୍ଛା ମୁତାବକ କାର୍ଯ୍ୟ ତୁଲାଉଥିବା ଲୋକେ କହିଛନ୍ତି । ଏ ଦିଗ ରେ ନୂତନ ସରକାରର ବିଧାୟକଙ୍କ ନଜର ଦେବା କୁ ଦାବି ହୋଇଛି । ଏନେଇ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରିଥିବା ବେଳେ ଯନ୍ତ୍ରୀ ମହାଦୟ ବିଦ୍ୟୁତ ବିଭାଗ ଉପରେ ନ୍ୟସ୍ତ କରି ଅହରି ଯାଇଛନ୍ତି ।

You might also like
error: Content is protected !!