କଳା ମୋତିଆ ରୋଗରୁ ସଚେତନ ରୁହନ୍ତୁ -ଡ଼ା ଶ୍ୱେତା

ବ୍ରହ୍ମପୁର, [ବିଚିତ୍ର ସାହୁ]:- ମାର୍ଚ୍ଚ ୯ ତାରିଖ ରୁ ୧୫ ଯାଏଁ ବିଶ୍ୱ ଗ୍ଲୁକୋମା ସଚେତନତା ସପ୍ତାହ ପାଳନ କରାଯାଇଥାଏ। ଏପରି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣ କିପରି ନିଜର ଚକ୍ଷୁର ଯତ୍ନ ନେଇ ପାରିବେ । ସାଧାରଣତଃ ମଧୁମେହ ରୋଗୀ କିମ୍ବା ଉଚ୍ଚରକ୍ତ ଚାପ ଜନିତ ରୋଗୀଙ୍କ କ୍ଷେତ୍ରରେ ଏପରି ରୋଗ ଦେଖାଯାଇ ଥାଏ । ସେହି ପରି ବଂଶ ଗତ ରୋଗ ମଧ୍ୟ ଥାଏ । ଏପରି ଗ୍ଲୁ କୋମା ରୋଗ ଦ୍ୱାରା ଜଣେ ରୋଗୀ ନିଜର ଦୃଷ୍ଟୀ ଶକ୍ତି ହରେଇ ଥାଏ । ତେଣୁ ସର୍ବଦା ନିଜର ଚକ୍ଷୁର ଚାପର ପରୀକ୍ଷା କରିବା ଜରୁରୀ ଓ ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ବୋଲି ରୁବି ଚକ୍ଷୁ ଚିକିତ୍ସାଳୟର ଖ୍ୟାତନାମା ଚକ୍ଷୁରୋଗ ପରାମର୍ଶଦାତା ଡ଼ା. ଶ୍ଵେତା ପାତ୍ର କହିଛନ୍ତି । ପ୍ରତ୍ୟେକ ଜନସାଧାରଣ ବୟସ ବୃଦ୍ଧି ପାଇଲେ ସଚେତନ ରହିବା ଜରୁରୀ ବୋଲି ଡ଼ା ପାତ୍ର କହିବା ସହ ଶିଶୁ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଅନ୍ଧତ୍ଵ ରୋଗ ଦେଖା ଯାଉଥିବାରୁ , ଏପରି କ୍ଷେତ୍ରରେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ ନେବାକୁ ସେ କହିଛନ୍ତି । କଳା ମୋତିଆ ରୋଗ ଦେଖା ଗଲେ ତୁରନ୍ତ ଚିକିତ୍ସା କରିବା ସହ ଚକ୍ଷୁର ଅସ୍ତ୍ରୋପଚାର କରିବା ନିହାତି ଜରୁରୀ । କଳା ମୋତିଆ ବା ଗ୍ଲୁକୋମା ରୋଗ ଦେଖା ଯିବାର ସେମିତି କୌଣସି କାରଣ ଜଣା ପଡି ନଥାଏ। ତେଣୁ ପ୍ରତିବର୍ଷ ଜନସାଧାରଣ ନିଜର ଚକ୍ଷୁର ପରୀକ୍ଷା କରିବା ଆବଶ୍ୟକ ବୋଲି ଡ଼ା ପାତ୍ର କହିଛନ୍ତି ।

You might also like
error: Content is protected !!