ଲାଠୀ ଗ୍ରାମରେ ବିଜୁପଟ୍ଟନାୟକଙ୍କ ୧୦୯ ତମ ଜନ୍ମଦିବସ ପାଳନ।
କୁକୁଡାଖଣ୍ଡି, (ଇ. ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ପଞ୍ଚାୟତ ଗ୍ରାମ ର ଲାଠୀ ଗ୍ରାମ ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୯ ତମ ଜନ୍ମଦିବସ ପାଳନ। ଉକ୍ତ କାର୍ଯ୍ୟକ୍ରମ ଟି ସରପଞ୍ଚ ରାଧାମୋହନ ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଓଡ଼ିଶାର ବୀର ପୁତ୍ର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଉପରେ ସୁଭଦ୍ରା ସଚେତନ ରାଲି ବାହାରି ଗ୍ରାମର ବିଭିନ୍ନ ସାହି ପରିଭ୍ରମଣ କରି ସୁଭଦ୍ରା ମହିଳାଙ୍କୁ ସୁଭଦ୍ରା ଯୋଜନା ଉପରେ ସଚେତନ କରାଇ ଥିଲେ ଅଙ୍ଗନବାଡ଼ି କର୍ମଚାରୀ। ତାହା ସହ ବହୁ ଦିନର ଅନ୍ତ ଘଟାଇ ଗ୍ରାମ ପରିସ୍କାର ପାଇଁ ଏଅ ଅଳିଆ ଗାଡି ର ଶୁଭ ଉଦ୍ଘାଟନ ସରପଞ୍ଚ ଶ୍ରୀ ସେଠୀଙ୍କ ଦ୍ୱାରା ହୋଇଯାଇଅଛି। ପରେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରାଯାଇ ସାଧାରଣ ଲୋକଙ୍କୁ ଅଳିଆ ବାହାରେ ନ ପକାଇ ଅଳିଆ ଗାଡି ରେ ପକେଇବା ପାଇଁ ଲୋକ ଙ୍କୁ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ପି.ଇ.ଓ ଅଲେଖ ବେହେରା, ସମିତି ସଭ୍ୟ ଜଗନ୍ନାଥ ଭୁୟାଁ, ଶିଶିର କୁମାର ଦାସ, ବାସୁଦେବ ଗୌଡ଼, ଭଗବାନ ଗୌଡ଼, ବିରେନ୍ଦ୍ର ସାହୁ, ଶିବଶଙ୍କର ସାହୁ,ସଞ୍ଜୟ ସେଠୀ, ଉଜ୍ବଳ ସାହୁ, ଯୋଗେନ୍ଦ୍ର ସେଠୀ, ପ୍ରଶାନ୍ତ ପଣ୍ଡା, ରବିନ୍ଦ୍ର ଗୌଡ଼, ସୁରେନ୍ଦ୍ର ବେହେରା ସହ ବହୁ ଅଙ୍ଗନବାଡ଼ି କର୍ମଚାରୀ ଓ ଏମ୍.ବି.କେ, ସିଆରପିଏଫ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆସିଥିଲେ।