କୁକୁଡାଖଣ୍ଡିରେ ବିଜେଡି ପକ୍ଷରୁ ୧୦୯ ତମ ବିଜୁ ଜୟନ୍ତୀ ପାଳିତ ।
କୁକୁଡାଖଣ୍ଡି, (ଇ. ରଞ୍ଜନ):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ କୁକୁଡାଖଣ୍ଡି ବ୍ଲକ ପରିସରରେ ବିଜେଡି ବ୍ଲକ ସଭାପତି ସୀତାରାମ ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ବ୍ଲକ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପା ମାଲ୍ୟାର୍ପଣ ଅର୍ପଣ କରାଯାଇ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା। ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୁତିକୁ ମନେ ପକାଇ ଏକ ଉତ୍ସାହ ବାତାବରଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରତି ବର୍ଷ ପରି ପଂଚାୟତ ରାଜ ଦିବସ ବିଜୁବାବୁଙ୍କ ଜନ୍ମତିଥିରେ ପାଳିତ ହୋଇନଥିବାରୁ ସମସ୍ତ ବିଜେଡି କର୍ମୀଙ୍କ ମହଲରେ ରାଜ୍ୟ ସରକାରଙ୍କୁ ସମାଆଲୋଚନା କରାଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା ତଥା ବିଜେଡ଼ିର ଟାଣୁଆ କର୍ମୀ କେ ମଣି ବାବୁ ନିଜର ବକ୍ତବ୍ୟ ରଖି ଆସିଥିଲେ। ବ୍ଲକ ପରିସରରେ ବିଜୁ ବାବୁ ଅମର ହେ ନାନା ରେ କମ୍ପି ଉଠିଥିବା ସହ ଉକ୍ତ କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ସ୍ଲୋଗାନ ପ୍ରକମ୍ପିତ ହୋଇଥିଲା l ବ୍ଲକ ବିଜେଡ଼ି ସଭାନେତ୍ରୀ ନିରୁପମା ପାତ୍ର, ଜଗଦଲପୁର ସମିତି ସଭ୍ୟ ବି ରବିନ୍ଦ୍ରନାଥ ପାତ୍ର,ଲାଠୀ ସମିତି ସଭ୍ୟ ଜଗନ୍ନାଥ ଭୁୟାଁ, ରୋହି ଗାଁ ସମିତି ସଭ୍ୟ ବସନ୍ତ ସ୍ୱାଇଁ, କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠୀ, ସରପଞ୍ଚ ପ୍ରତିନିଧି ଟୁକୁନା ସେଠୀ, ସରପଞ୍ଚ କାମିନୀ ନାୟକ, ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ଲାଞ୍ଜିଆ ସରପଞ୍ଚ କାହୁଁ ଚରଣ ପାତ୍ର, ବିଜେଡ଼ି ନେତା କୈଳାସ ରଣା, ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ବୁନ୍ଦାବନ ଖଟେଇ,ଯୁବ ନେତା ସଞ୍ଜୟ ସାହୁ,ଶିକାନ୍ତ ବିଷୋୟୀ ସହ ବହୁ ବିଜୁ ପ୍ରେମୀ ଓ ବିଜେଡ଼ି କର୍ମୀ ଉପସ୍ଥିତ ରହି ଆସିଥିଲେ।