୩୭୫ କିଲୋ ଗଞ୍ଜେଇ ଜବତ, ଜଣ ଗିରଫ ଓ ଦୁଇ ବ୍ୟକ୍ତି ଫେରାର ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଏସ ଆଇ ସନ୍ଦୀପ ହେମ୍ବ୍ରମଙ୍କ ସହ ଥାନା କର୍ମଚାରୀ ମାନଙ୍କ ସହ ରାତି ପେଟ୍ରଲିଂ ପାଇଁ ଯାଇଥିବା ସମୟରେ ସକାଳ ପ୍ରାୟ ସାଢେ଼ ପାଞ୍ଚ ଘଣ୍ଟା ସମୟରେ ଟିକାମାଳ ରାସ୍ତା ର ଶବର ପୋଲି ଛକରେ ଏକ ବୋଲର ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ି ନମ୍ୱର୍ ଓଡି ୧୧ୟୁ -୬୯୬୬ ପୁଣି ଏକ ନୀଳ ରଙ୍ଗର ଟି ଭି ଏସ ଆପାଚି ୧୬୦ ଗାଡ଼ି ନମ୍ୱର୍ ହେଉଚି ଓଡି ୨୦-୭୨୮୪ ସହ ବୋଲର ଗାଡ଼ିରେ ପ୍ରାୟ ୩୭୫ କିଲୋ ଗଞ୍ଜେଇ ଥିବାର ଜଣା ପଡ଼ିଥିଲା । ଗଞ୍ଜେଇ ସହ ଟିକାମାଳ ଗ୍ରାମ ର ରଞ୍ଜନ ପରିଛା ବୟସ (୩୪)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଘଟଣା ସ୍ଥଳ ରୁ ଚଂପଟ ମାରିଥିବା ଜଣାପଡୁଛି । ତଦନ୍ତ ଅଧିକାରୀ ସପ୍ନା ବେହେରା , ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଲ ଏବଂ ତହସିଲଦାର ଜ୍ୟୋତିମୟ ଦାସ ସହ ଆର,ଉଦୟଗିରି ଥାନାର କର୍ମଚାରି ମାନେ ଉପୋଷ୍ଟିତ ଥିଲେ । ପୁଣି ଉପ ଆରକ୍ଷକ ଅଧିକାରୀ ଅମିତାଭ ପଣ୍ଡା କହିଛନ୍ତି ଯେ ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୧୨ ଲକ୍ଷ୍ୟ ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ପୁଣି ଖୁବ୍ କମ୍ ସମୟ ମଧ୍ୟରେ ଯେଉ ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଅ।ରେଷ୍ଟ କରିବୁ ବୋଲି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ରଞ୍ଜନ ପରିଛାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାର ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

You might also like
error: Content is protected !!