ମହେନ୍ଦ୍ରଗିରିରୁ ଫେରୁଥିବା ଅଟୋ ଓଲଟିଲା, ଦୁର୍ଘଟଣାରେ ୧୭ ଆହତ, ୩ ଗୁରୁତର ।

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାରେ ଥିବା ପୁରାଣ ପ୍ରସିଦ୍ଧ ପବିତ୍ର ମହେନ୍ଦ୍ରଗିରିରେ ଜାଗର ଯାତ୍ରା ସାରି ଏକ ଅଟୋ ଯୋଗେ ଶ୍ରଦ୍ଧାଳୁ ଫେରୁଥିବା ବେଳେ କଇଁପୁର- କିଞ୍ଚିଲିଂ ମୁଖ୍ୟରାସ୍ତା ଅନ୍ତର୍ଗତ ଆର୍ସିଲିଂ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ 3 ଜଣ ଗୁରୁତର ହେବା ସହ ୧୭ ଜଣ ଆହତ ହୋଇଛନ୍ତି । ଅଟୋର ବ୍ରେକ୍ ଫେଲ୍ ହେବା ଯୋଗୁଁ ଦୁର୍ଘଟଣା ଘଟିଥ‌ିବା କୁହାଯାଇଛି । ଅଟୋ ଆର୍ସିଲିଂ ଘାଟି ଓହ୍ଲାଉଥିବା ସମୟରେ ବ୍ରେକ୍ ଫେଲ ହୋଇଯାଇଥିଲା । ଏଥିଯୋଗୁଁ ଅଟେ। ଭାରସାମ୍ୟ ହରାଇ ଘାଟି ବାଡକୁ ଧକ୍କା ଦେବା ସହ ଆଗରେ ଯାଉଥିବା ବାଇକକୁ ଧକ୍କା ଦେଇ ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଏଥିରେ ଅଟୋରେ ‌ ବସିଥିବା ୧୪ ଜଣ ଶ୍ରଦ୍ଧାଳୁଙ୍କ ସମେତ ଆନ୍ଧ୍ର ପଲାସାର ୩ ବାଇକ ଆରୋହୀ ଆହତ ହୋଇଛନ୍ତି. ସୂଚନା ପ୍ରକାରେ କାଶୀନଗର ବ୍ଲକ ପୁରୁଟିଗୁଡା ଅଞ୍ଚଳରୁ ଶ୍ରଦ୍ଧାଳୁ ଏକ ଅଟୋରେ ପବିତ୍ର ମହେନ୍ଦ୍ରଗିରିରେ ହେଉଥିବା ଜାଗରଯାତ୍ରାକୁ ଯାଇଥିଲେ. ବୁଧବାର ସେମାନେ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସୌଭାଗ୍ୟ ବଶତଃ ଦୁର୍ଘଟଣାର କିଛି ମିନିଟ ପରେ ଗାରାବନ୍ଧ ପୁଲିସ୍ମହେନ୍ଦ୍ରଗିରିରେ ଡ୍ୟୁଟି ସାରି ଫେରୁଥିଲେ। ଦୁର୍ଘଟଣା ଦେଖି ନିଜେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଏବଂ ପୁଲିସ୍ ଟିମ୍ ଆହତଙ୍କୁ ଉଦ୍ଧାର କରି ପୁଲିସ ଗାଡିରେ ଗାରାବନ୍ଧ ସ୍ଥିତ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଥାନା ଅଧୂକାରୀ ଓ ତାଙ୍କ ଟିମଙ୍କ ବାଦନ୍ୟତାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି। ଆହତ ମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଗାରାବନ୍ଧ ପ୍ରାଥମିକ ଚିକିତ୍ସାଳୟର ଡା. ମହାଦେବ ମାଝୀ କହିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ମାନଙ୍କ ଅବସ୍ଥା ଜଟିଳ ଥିବାରୁ ସେମାନଙ୍କୁ ଉଚ୍ଚ ଓ ଜରୁରୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବାର ଜଣାପଡ଼ିଛି ।

You might also like
error: Content is protected !!