ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁନାଦେଇରେ ବାର୍ଷିକ ଉତ୍ସବ ପାଳିତ

ରଙ୍ଗେଇଲୁଣ୍ଡା,(ସଞ୍ଜୟ କୁମାର ଦାସ):- ରଙ୍ଗେଲଗୁଣ୍ଡା ବ୍ଲକ ଅନ୍ତର୍ଗତ ସୁନାଦେଇ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ଗୌଡ଼, ନାଏବ୍ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀ କେଶବ ଦାସ ଏବଂ କନିଷି କ୍ଲଷ୍ଟର ସି.ଆର.ସି.ସି. ଶ୍ରୀ ବିରୂପାକ୍ଷ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସାମଗ୍ରୀକ ଶିକ୍ଷା ସମ୍ବନ୍ଧୀୟ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ସ୍ଵଲିଖିତ ବାର୍ଷିକ ପତ୍ରିକା “ଆମେ ତାରକାମାନେଉନ୍ମୋଚନ ହୋଇଥିଲା । ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଗୋଇଲୁଣ୍ଡି ସି.ଆର.ସି.ସି. ଶ୍ରୀ ଭଗବାନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶତପଥୀ ଓ ଶ୍ରୀ ଅଶୋକ କୁମାର ଦାଶ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

You might also like
error: Content is protected !!