ମୋହନା ହାଇସ୍କୁଲ ଛକରେ ଗୋଟିଏ ସପ୍ତାହ ହେଲା ଅଚଳ ହାଇମାଷ୍ଟ ଲାଇଟ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ଜାତୀୟ ରାଜପଥ ୩୨୬ ଦେଇ ପ୍ରତେକ ଦୀନ ଶହ ଶହ ଯାନବାହାନ ଯାତାୟତ କରନ୍ତି । ମୋହନା ହାଇସ୍କୁଲ ଛକ ବଜାରଟି ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ଥିବାବେଳେ ସନ୍ଧ୍ୟା ସମୟରେ ଭିଡ଼ ଜମିଥାଏ । ଏହି ସ୍ଥାନରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ହାଇମାଷ୍ଟ ଲାଇଟର ବ୍ୟବସ୍ଥା କରାଯଇଥିଲା । କିଛି ମାସ ଭଲରେ ଆଲୋକ ବ୍ୟବସ୍ଥା ଚାଲିଥିଲା କିନ୍ତୁ ଗତ ଏକ ସପ୍ତାହ ହେଲା ଲାଇଟ ଅଚଳ ହେ।ଇ ଅନ୍ଧାର ହେ।ଇଛି ହାଇସ୍କୁଲ ଛକ । ଯାହାକୁ ନେଇ ଗଣେଷ ବଣିକ ସଂଘ ପଂଚାୟତକୁ ଯାଇ ଅଭିଯୋଗ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସମଧାନ ହୋଇନାହିଁ । ତେଣୁ ତୁରନ୍ତ ଏହି ଲାଇଟ୍ ମରାମତି କରିବାକୁ ଦାବି କରିଛି ବଣିକ ସଂଘ ।

You might also like
error: Content is protected !!